ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଶ୍ରୀମନ୍ଦିର ରତ୍ନବେଦି କୁ ଫେରିବେ ନୀଳାଦ୍ରିନାଥ

ଭୁବନେଶ୍ୱର ,ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁସାରେ, ଅପରାହ୍ଣ ୪ଟାରୁ ଠାକୁରଙ୍କ ନୀଳାଦ୍ରି ବିଜେ ପହଣ୍ଡି ଆରମ୍ଭ ହେବ। ସପ୍ତମୂର୍ତି ଗୋଟି ପହଣ୍ଡିରେ ଯାଇ, ନିଜ ନିଜ ଆସ୍ଥାନରେ ବିଜେ କରିବେ। ଠାକୁରଙ୍କ ବିଜେ ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ, ଚାନ୍ଦୁଆ ବନ୍ଧା ସରି ଅଖଣ୍ଡ ବଇଠା ବସିଥିବ। ଏପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ଉପରେ ଠାକୁରଙ୍କ ସନ୍ଧ୍ୟାଧୂପ ନୀତି ବଢ଼ିବା ପରେ, ପହଣ୍ଡି ପ୍ରସ୍ତୁତି ହେବ।  ଶ୍ରୀବିଗ୍ରହଙ୍କ ସ୍ନାନ ଯାତ୍ରା ପରେ ଜନ୍ମବେଦି, ଲୀଳାଖେଳା ମଧ୍ୟ ଶେଷ ହେଲା। ଏଣିକି ନୀଳକନ୍ଦରକୁ ଫେର ରତ୍ନସିଂହାସନରେ, ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଅସଂଖ୍ୟ ଭକ୍ତଙ୍କୁ ଛାଡ଼ି ଭଗବାନ ବଡ଼ଦେଉଳକୁ ଫେରିଯିବେ। ସିଂହଦ୍ୱାରେ ଭାବବିହ୍ବଳ ପରିବେଶ, ସୃଷ୍ଟି ହେବ। ପୁଷ୍ପାଳକ ସେବକମାନେ ପ୍ରଥମେ ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣଙ୍କୁ ଦକ୍ଷିଣଘରେ, ବିଜେ କରାଇବେ। ପରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହେବ। ଶେଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜେ ରାସ୍ତାରେ ବାଟ ଓଗାଳିବେ ମା’ଲକ୍ଷ୍ମୀ ସାଆନ୍ତାଣୀ। ପହଣ୍ଡି ସମୟରେ ସମ୍ପନ୍ନ ହେବ ନୀଳାଦ୍ରି ବିଜେର ବିଶେଷ ପର୍ବ ‘ଲକ୍ଷ୍ମୀ-ନାରାୟଣ କଳି’। ଶ୍ରୀଜଗନ୍ନାଥ ରସଗୋଲା ଦେଇ, ଧର୍ମପତ୍ନୀଙ୍କ ମନ ତୋଷିବେ।

Related Articles

Back to top button