ଆସନ୍ତାକାଲି ବିଜେଡ଼ିରେ ଯୋଗ ଦେଇ ପାରନ୍ତି ସୁଜାତା ପାଣ୍ଡିଆନ


ଭୁବନେଶ୍ୱର: ଆସନ୍ତାକାଲି ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ପାଣ୍ଡିଆନ ଶଙ୍ଖ ଧରିପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି । ନବୀନ ନିବାସରେ ଆଜି ବିଜେଡ଼ିର ବରିଷ୍ଠ ନେତାମାନଙ୍କୁ ନେଇ ଏକ ବଡ଼ ବୈଠକ ବସିଥିଲା । ଯେଉଁଥିରେ ପ୍ରତାପ ଜେନା, ଟୁକୁନି ସାହୁ, ପ୍ରମୁଖ ଯୋଗ ଦେଇଥିଲେ । ଏହା ପରେ ଖବରମିଳିଛି ଯେ ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଦଳରେ ସାମିଲ ହେବେ । ଦଳର ମୁଖ୍ୟ ନବୀନ ପଟ୍ଟନାୟକ ନିଜେ ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଘୋଷଣା କରିବା ସହିତ ତାଙ୍କୁ ଦଳକୁ ସ୍ୱାଗତ କରିବେ । ଟୁକୁନି ସାହୁ କହିଛନ୍ତି ଯେ ଦଳକୁ କିଏ ଆସିବେ ସେ ନିଷ୍ପତ୍ତି ନବୀନ ପଟ୍ଟନାୟକ ନେବେ । ଯିଏ ଦଳକୁ ଆସିବ ତାଙ୍କୁ ସ୍ୱାଗତ କରାଯିବ । ସୁଜାତା ତାଙ୍କର କାର୍ଯ୍ୟକାଳରେ ଅନେକ କାମ କରିଛନ୍ତି । ମିଶନ ଶକ୍ତିକୁ ଏକ ଶୀର୍ଷ ସ୍ତରରେ ପହଁଚାଇଛନ୍ତି । ତେଣୁ ସେ ଦଳକୁ ଆସିଲେ ଦଳର ଲାଭ ବୋଲି କହିଛନ୍ତି ଟୁକୁନି ସାହୁ । ସେପଟେ ଶ୍ରୀମୟୀ ଲେଖିଛନ୍ତି ଯେ ୨୦୨୩ କାର୍ତ୍ତିକ ପୂର୍ଣ୍ଣିମାରେ ସରକାର କ୍ଷମତାରୁ ଯିବାର ମୂଳଦୁଆ ପଡିଥିଲା। ଆସନ୍ତାକାଲି ନିର୍ଜଳା ଏକାଦଶୀରେ ଦଳ ନିଶ୍ଚିହ୍ନ ହେବାର ମୂଳଦୁଆ ପଡ଼ିବାକୁ ଯାଉଛି ।



