Uncategorized

ସୌମ୍ୟ ହତ୍ୟା ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ, ଗିରଫ ସଂଖ୍ୟା ୧୯କୁ ବୃଦ୍ଧି

ଭୁବନେଶ୍ୱର: ବାଲିଅନ୍ତାର ସୌମ୍ୟରଞ୍ଜନଙ୍କୁ ପିଟି ପିଟି ହତ୍ୟା କରାଯିବା ମାମଲାରେ କ୍ରାଇମ୍‌ବ୍ରାଞ୍ଚକୁ ଆଉ ଏକ ସଫଳତା ମିଳିଛି। ଘଟଣାରେ ସଂପୃକ୍ତ ଆଉ ଜଣେ ଫେରାର ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବିଭୂତି ଭୂଷଣ ପରିଡ଼ା। ତାକୁ କଟକର ବିଡାନାସୀ ଅଞ୍ଚଳରୁ ଗିରଫ କରାଯାଇଛି। ସୌମ୍ୟଙ୍କୁ ଜୋରଜବରଦସ୍ତ ଟ୍ରକ୍‌କୁ ନେବା ସମୟରେ ବିଭୂତି ତାଙ୍କୁ ନିର୍ଦ୍ଦୟ ଭାବେ ଗୋଇଠା ମାଡ଼ କରିଥିବା ଅଭିଯୋଗ ରହିଛି। କ୍ରାଇମ୍‌ବ୍ରାଞ୍ଚ ଗିରଫଦାରୀରୁ ବଞ୍ଚିବା ପାଇଁ ଅଭିଯୁକ୍ତ ବିଭୂତି ଦୀର୍ଘ ଦିନ ହେବ ପୋଲିସ ଆଖିରେ ଧୂଳି ଦେଇ ଲୁଚି ବୁଲୁଥିଲା। ତେବେ କ୍ରାଇମ୍‌ବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ତାକୁ କାବୁ କରିବାରେ ସଫଳ ହୋଇଛି ଏବଂ ଆଜି ତାକୁ କୋର୍ଟ ଚାଲାଣ କରାଯାଉଛି। ଏହି ଗିରଫଦାରୀକୁ ମିଶାଇ ସୌମ୍ୟ ହତ୍ୟା ମାମଲାରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଛି।

Related Articles

Back to top button