ଓଡ଼ିଶାକୃଷିପାଣିପାଗମୌସୁମୀ

ଏଲ ନିନୋ ପ୍ରଭାବ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ପ୍ରଦାନ କଲେ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ଏଲନିନୋ ପ୍ରଭାବକୁ ମୁକାବିଲା କରିବା ପାଇଁ ଓଡ଼ିଶା ସରକାର କିପରି ରଣନୀତି ପ୍ରସ୍ତୁତ କରିଛନ୍ତି ? ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାର ସମୀକ୍ଷା କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଖରିଫ୍-୨୦୨୬ ଫସଲ ଋତୁ ଆରମ୍ଭ ହୋଇଥିବାରୁ ଏଥର ଭଲ ବର୍ଷା ନହେବାର ପୂର୍ବାନୁମାନ କରାଯାଉଛି । ତେଣୁ ଆର୍ଦ୍ରତାର ଅଭାବ, ରୁଆ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ଏବଂ ରୋଗପୋକ ସଂକ୍ରମଣ ଭଳି ସମ୍ଭାବ୍ୟ ବିପଦକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସଜାଗ ରହିଛନ୍ତି କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ।

‘କୃଷି ସମୃଦ୍ଧି ହେଲ୍ପଲାଇନ୍’ର IVRS ବ୍ୟବସ୍ଥା ମାଧ୍ୟମରେ ଚାଷୀଙ୍କୁ ସମୟାନୁସାରେ ପାଣିପାଗ ସମ୍ବନ୍ଧୀୟ ପରାମର୍ଶ ଦିଆଯାଉଛି। ଏଥିସହିତ, ସ୍ଥାୟୀ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକରେ ‘ଖେତ ବଞ୍ଚାଅ ଅଭିଯାନ’ ଏବଂ ପ୍ରାକୃତିକ ଚାଷ ଉପରେ କର୍ମଶାଳା ଆୟୋଜନ କରାଯାଉଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ଟିମ୍ଗୁଡ଼ିକ ରୋଗପୋକ ନିୟନ୍ତ୍ରଣ ଓ ତଦାରଖ ପାଇଁ ସଜାଗ ରହିଛନ୍ତି । ସେହିପରି ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ରେ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଛି। ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ଫସଲ ଆପଦକାଳୀନ ମୁକାବିଲା ପାଇଁ Crop Contingency Plan ପ୍ରସ୍ତୁତ ରହିଛି । ବ୍ଲକ ସ୍ତରରେ ମଧ୍ୟ ଏହିପରି ଯୋଜନା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

କୃଷି ଉତ୍ପାଦନକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ୫୭.୮୮ ଲକ୍ଷ ହେକ୍ଟର ଜମିରେ ଚାଷ ପାଇଁ ଚୂଡ଼ାନ୍ତ କରିଛି। ଏଥିପାଇଁ ସବସିଡ଼ି ଦରରେ ପ୍ରାମାଣିକ ବିହନ ବଣ୍ଟନ ଏବଂ ସଙ୍କଟ ସମୟରେ ବ୍ୟବହାର ପାଇଁ ୧୪, ୩୫୦ କ୍ୱିଣ୍ଟାଲ ୭, ୫୦୦ କ୍ୱିଣ୍ଟାଲ ଧାନ ଏବଂ ୬, ୮୫୦ କ୍ୱିଣ୍ଟାଲ ଅଣ-ଧାନ ବିହନର ଏକ ‘ବିହନ ଭଣ୍ଡାର’ ପ୍ରତିଷ୍ଠା କରାଯାଇଛି। ଏହାଛଡ଼ା, ଚାଷୀମାନଙ୍କୁ ସାର ଯୋଗାଇବା ପାଇଁ ୧୧.୪୨ ଲକ୍ଷ ମେଟ୍ରିକ ଟନ୍ ଚାହିଦା ବିପକ୍ଷରେ ୬.୪୦ ଲକ୍ଷ ମେଟ୍ରିକ ଟନ୍ ସାର ଉପଲବ୍ଧ କରାଯାଇଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୀର୍ଘକାଳୀନ ହାରାହାରିର ୯୨% ରହିବା ସମ୍ଭାବନା ଥିବାରୁ, କୋରାପୁଟ, ରାୟଗଡ଼ା, ମାଲକାନଗିରି ନବରଙ୍ଗପୁର, ଦେବଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ ଏବଂ କେନ୍ଦୁଝର ଆଦି ଜିଲ୍ଲା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ଏହି ବୈଠକରେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ବାମନ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Related Articles

Back to top button