
ଭୁବନେଶ୍ୱର ,ଆଫଗାନିସ୍ତାନ ବିପକ୍ଷ ସିରିଜ୍ରୁ ବାଦ୍ ପଡ଼ିବା ପରେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ଦ୍ରୁତ ବୋଲର ଜସପ୍ରୀତ ବୁମରାହ, ଦଳକୁ ଫେରିଛନ୍ତି।ବିରାଟ କୋହଲି ଦଳକୁ ଫେରିଥିଲେ ମଧ୍ୟ ତାଙ୍କ ଫିଟନେସ୍ ଏବେ ବି ଚିନ୍ତାର ବିଷୟ ପାଲଟିଛି। ବିସିସିଆଇ ନିଜର ଆଧିକାରିକ ବୟାନରେ କହିଛି ଯେ, ମ୍ୟାଚ୍ ଖେଳିବା, ବିରାଟଙ୍କ ଫିଟନେସ୍ ଉପରେ ନିର୍ଭର କରିବ। ଆଇପିଏଲ୍ ୨୦୨୬ ର ଫାଇନାଲ୍ ମ୍ୟାଚ୍ ସମୟରେ ବିରାଟ ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରୀର ଶିକାର ହୋଇଥିଲେ, ଯାହାଫଳରେ ସେ ଆଫଗାନିସ୍ତାନ ସିରିଜ୍ ଖେଳିପାରିନଥିଲେ।ଆଫଗାନିସ୍ତାନ ବିପକ୍ଷ ସିରିଜ୍ରେ ଚେନ୍ନାଇରେ ଟିମ୍ ଇଣ୍ଡିଆ ସହ ଯୋଡ଼ି ହୋଇଥିବା ଯୁବ ବୋଲର ହର୍ଷିତ ରାଣାଙ୍କୁ, ପ୍ଲେଇଂ ଇଲେଭେନରେ ସୁଯୋଗ ମିଳିନଥିଲା। କିନ୍ତୁ ଇଂଲଣ୍ଡ ବିପକ୍ଷ ଟି-୨୦ ଏବଂ ଦିନିକିଆ ଉଭୟ ସ୍କ୍ୱାଡ୍ରେ ତାଙ୍କୁ ସ୍ଥାନ ମିଳିଛି। ସେହିପରି ଆଫଗାନିସ୍ତାନ ବିପକ୍ଷରେ ୭ଟି ୱିକେଟ୍ ନେଇ ପ୍ରଭାବିତ କରିଥିବା ଗୁରନୁର ବ୍ରାର୍ ଦଳରେ, ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି। ତେବେ ସ୍ପିନର ହର୍ଷ ଦୁବେ ଦଳରୁ ବାଦ୍ ପଡ଼ିଛନ୍ତି।ୱାଶିଂଟନ ସୁନ୍ଦର କ୍ରମାଗତ ଭାବେ ସ୍ପିନ୍ ଅଲରାଉଣ୍ଡର ଭାବେ ପ୍ଲେଇଂ ଇଲେଭେନରେ ଖେଳୁଥିବାରୁ ଏହା ସ୍ପଷ୍ଟ ହେବାରେ ଲାଗିଛି ଯେ, ରବୀନ୍ଦ୍ର ଜାଡେଜା ବୋଧହୁଏ ୨୦୨୭ ଦିନିକିଆ ବିଶ୍ୱକପ୍ ଯୋଜନାର ଅଂଶ ନାହାନ୍ତି।




