ଓଡ଼ିଶାପାଣିପାଗ

ପାଣିପାଗ ବିଭାଗ (IMD) ପକ୍ଷରୁ ଚିନ୍ତାଜନକ ତଥ୍ୟ

ଭୁବନେଶ୍ୱର ,ଜୁନ୍ ୧୭ ତାରିଖ ସକାଳେ, INSAT-3DS ସାଟେଲାଇଟ୍‌ରୁ ମିଳିଥିବା ଚିତ୍ର ଅନୁଯାୟୀ, ମଧ୍ୟ ଓ ପଶ୍ଚିମ ଭାରତର ଆକାଶ ସମ୍ପୂର୍ଣ୍ଣ ମେଘମୁକ୍ତ ରହିଛି।

ବିଶେଷ କରି ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳରେ, ମୌସୁମୀ ବାୟୁ ଅତି ଦୁର୍ବଳ ହୋଇପଡ଼ିଛି।

ରିପୋର୍ଟ ଅନୁଯାୟୀ ଗୁଜରାଟ ୯୮%, ମହାରାଷ୍ଟ୍ର ୭୯%, ମେଘାଳୟ ୮୫%, ଝାଡ଼ଖଣ୍ଡ ୬୬% ଏବଂ ଛତିଶଗଡ଼ରେ ୬୫% ଅଭାବୀ ବର୍ଷ ହୋଇଛି।

ସେହିପରି ଓଡ଼ିଶା, କର୍ଣ୍ଣାଟକ, ତେଲେଙ୍ଗାନା, ବିହାର ଏବଂ ଆସାମରେ ମଧ୍ୟ ନିଅଣ୍ଟିଆ ବର୍ଷ ହୋଇଛି।

ଆକାଶରୁ ଗାୟବ ହୋଇଯାଇଛନ୍ତି ମେଘ, ଫଳରେ ସମଗ୍ର ଭାରତରେ, ବର୍ଷାର ଅଭାବ ପ୍ରାୟ ୪୦ ପ୍ରତିଶତକୁ ବୃଦ୍ଧି ପାଇଛି।

ଏନେଇ ଭାରତୀୟ ପାଣିପାଗ ବିଭାଗ  ପକ୍ଷରୁ ଚିନ୍ତାଜନକ ତଥ୍ୟ,ସାମ୍ନାକୁ ଆସିଛି।

Related Articles

Back to top button