ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ରଜ ପାଳନ ହୋଇଛି ରାଷ୍ଟ୍ରପତି ଭବନରେ।

ଭୁବନେଶ୍ୱର ,ରାଷ୍ଟ୍ରପତି ଭବନ ସ୍ଥିତ କଲଚରାଲ ସେଣ୍ଟରରେ ବଡ଼ ଧୂମଧାମରେ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ରଜ ପାଳନ ହୋଇଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଉତ୍ସବକୁ ଉଦଘାଟନ କରିଥିଲେ।
କାର୍ଯ୍ୟକ୍ରମରେ ରଜ ଗୀତ, ଓଡ଼ିଶୀ, ଝୁମର ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା।
କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୂଖ ସଚିବ ପି.କେ ମିଶ୍ର, ଶକ୍ତିକାନ୍ତ ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ଓଡ଼ିଶାର ଅନେକ ସାଂସଦ ଓ ରାଷ୍ଟ୍ରପତି ଭବନର କର୍ମଚାରୀମାନେ ସାମିଲ ହୋଇ ରଜ ପର୍ବର ଆନନ୍ଦ ଉପଭୋଗ କରିଥିଲେ।
ଏହା ସହିତ ପାରମ୍ପାରିକ ପୋଡପିଠା, ମିଠା, ଦହିବରା ଆଳୁଦମ୍ ଓ ରଜଦୋଳିର ମଜା ବେଶ୍ ଆକର୍ଷଣୀୟ ହୋଇଥିଲା।




