
ଭୁବନେଶ୍ୱର,ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ସର୍ବାଧିକ ତାପମାତ୍ରାରେ, ବିଶେଷ ପରିବର୍ତ୍ତନ ଆସିବାର, ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ଗଜପତି ଏବଂ ଗଞ୍ଜାମ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଏଥିସହ ଉପକୂଳ, ପଶ୍ଚିମ, ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଜିଲାଗୁଡ଼ିକରେ, କାଳବୈଶାଖୀ ପ୍ରଭାବରେ, ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ପ୍ରାୟ ୨୦ଟି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ, ସତର୍କ ସୂଚନା ଜାରି କରାଯାଇଛି। ଜୁନ୍ ୨୦ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ, କେତେକ ଅଞ୍ଚଳରେ, ବିଜୁଳି ଘଡ଼ଘଡ଼ି ସହ ବର୍ଷାର ଆଶଙ୍କା ଥିବା ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ରବିବାର ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୨.୮ ଡିଗ୍ରୀ ଥିବାବେଳେ ନୂଆପଡ଼ାରେ ୪୦.୩, ସୁବର୍ଣ୍ଣପୁରରେ ୪୦.୬, ଟିଟିଲାଗଡ଼ରେ, ୪୧.୫, ବଲାଙ୍ଗିରରେ ୪୧, ଭୁବନେଶ୍ବରରେ ୩୯ ଏବଂ କଟକରେ ୩୮.୨ ଡିଗ୍ରୀ ରହିଥିଲା।




