ଅନ୍ୟାନ୍ୟରାଜନୀତି

ସାଂସଦ କାକଲି ଘୋଷ ଦସ୍ତିଦାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଭୁବନେଶ୍ୱର,ଟିଏମସିର ୨୦ ଜଣ ବିଦ୍ରୋହୀ ଲୋକସଭା ସାଂସଦ ତ୍ରିପୁରାର ଆଞ୍ଚଳିକ ଦଳ ‘ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ’  ସହ ବିଲୟ କରିବାକୁ, ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ସେମାନେ କେନ୍ଦ୍ରରେ, ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟକୁ, ସମର୍ଥନ କରିବେ ବୋଲି, ଘୋଷଣା କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ, ରାଷ୍ଟ୍ରହିତରେ ସେମାନେ କାର୍ଯ୍ୟ କରିବେ ବୋଲି ବିଦ୍ରୋହୀ ସାଂସଦ ଗୋଷ୍ଠୀର ନେତୃତ୍ୱ ନେଉଥିବା ସାଂସଦ କାକଲି ଘୋଷ ଦସ୍ତିଦାର, ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଲୋକସଭାରେ ଏବେ ଟିଏମସିର, ୨୮ ଜଣ ସାଂସଦ ଅଛନ୍ତି। ଅନ୍ୟତମ ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟାୟ ସୂଚନା ଦେଇଛନ୍ତି ଯେ, ଯେହେତୁ ସେମାନଙ୍କ ପାଖରେ ଦୁଇ-ତୃତୀୟାଂଶ ବହୁମତ ଅଛି, ତେଣୁ ସେମାନେ ଆଗାମୀ ଦିନରେ, ପ୍ରକୃତ ‘ଟିଏମସି’ ନାମ ଏବଂ ଦଳୀୟ ଚିହ୍ନ ଉପରେ ଦାବି ସାବ୍ୟସ୍ତ କରିବାକୁ, କୋର୍ଟଙ୍କ ଦ୍ୱାରସ୍ଥ ହେବେ। ଅନ୍ୟପଟେ ଟିଏମସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ବାଚସ୍ପତି ଓମ୍ ବିର୍ଲାଙ୍କୁ, ଚିଠି ଲେଖି ଅନୁରୋଧ କରିଛନ୍ତି ଯେ, ସଂସଦରେ, କୌଣସି ଅଲଗା ଗୋଷ୍ଠୀ ବା ବିଦ୍ରୋହୀ ସାଂସଦଙ୍କୁ ସ୍ୱୀକୃତି ଦିଆ ନ ଯାଉ। ସେ କହିଛନ୍ତି ଯେ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ, ଏକ ଅବିଭାଜ୍ୟ ଦଳ। ଏହାର ସଂସଦୀୟ ଦଳ ନେତା ଓ ହ୍ବିପ୍‌ ଅଧିକୃତ ନେତା। ତେଣୁ ଅନ୍ୟ କୌଣସି ଗୋଷ୍ଠୀର, ନେତୃତ୍ବକୁ ସ୍ବୀକୃତି ପ୍ରଦାନ ନ କରିବାକୁ ଅଭିଶେଷ ଚିଠି ଅନୁରୋଧ କରିଛନ୍ତି।

Related Articles

Back to top button