ଅନ୍ତର୍ଜାତୀୟଅନ୍ୟାନ୍ୟ

ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ ହ୍ରାସ

ଭୁବନେଶ୍ୱର,ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’  ରେ ଏକ ପୋଷ୍ଟ କରି ଇରାନ ସହିତ ଶାନ୍ତି ଚୁକ୍ତି ସମ୍ପନ୍ନ ହୋଇଥିବା ବିଷୟରେ ଘୋଷଣା କରିଛନ୍ତି। ଏହା ସହିତ ସେ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ’ କୁ ପୁଣିଥରେ ସାଧାରଣ ଚଳାଚଳ ପାଇଁ ଖୋଲିବାକୁ, ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପ ଲେଖିଛନ୍ତି, “ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନ ସହିତ ଚୁକ୍ତି ପ୍ରକ୍ରିୟା ଏବେ ସମ୍ପୂର୍ଣ୍ଣ ହୋଇଛି। ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା! ମୁଁ ଏହା ଦ୍ୱାରା ‘ଷ୍ଟ୍ରେଟ୍ ଅଫ୍ ହରମୁଜ୍‌’କୁ ବିନା କୌଣସି ଶୁଳ୍କରେ ସମ୍ପୂର୍ଣ୍ଣ ଭାବେ ଖୋଲିବାକୁ ଅନୁମତି ଦେଉଛି ଏବଂ ଏହା ସହିତ ଆମେରିକା ନୌସେନା ଦ୍ୱାରା କରାଯାଇଥିବା ଅବରୋଧକୁ ତୁରନ୍ତ ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଉଛି।ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଶକ୍ତି ରୁଟ୍, ବା ଜଳପଥ ପୁଣିଥରେ, ଖୋଲିବା ନେଇ ଆଶା ପ୍ରକଟ ହେବା ପରେ, ଏସିଆ ଅଞ୍ଚଳର ନିବେଶକମାନଙ୍କ ମଧ୍ୟରେ, ଉତ୍ସାହ ପ୍ରକାଶ ପାଇଛି। ଏହି ଜଳପଥ ଖୋଲିବା ଦ୍ୱାରା ସାରା ବିଶ୍ୱରେ, ତେଲ ଯୋଗାଣକୁ ନେଇ, ଦେଖାଦେଇଥିବା ଚିନ୍ତା ଦୂର ହେବ ଏବଂ ଶକ୍ତି ବଜାର  ଉପରୁ ଚାପ କମିବ ବୋଲି ଆଶା କରାଯାଉଛି।ଦୀର୍ଘ ଦିନର ଉତ୍ତେଜନା ଯୋଗୁଁ ଆକାଶଛୁଆଁ ହୋଇ ରହିଥିବା ଅଶୋଧିତ ତେଲ ଦରରେ, ଏବେ ବଡ଼ ହ୍ରାସ ଘଟିଛି। ପ୍ରସିଦ୍ଧ ବ୍ୟବସାୟିକ ଗଣମାଧ୍ୟମ ‘CNBC’ ଅନୁଯାୟୀ, ଆମେରିକାର ଜୁଲାଇ ମାସର ଅଶୋଧିତ ତେଲ, ବଜାର  ମୂଲ୍ୟ, ୪.୭୭ ପ୍ରତିଶତ କମି ବ୍ୟାରେଲ ପିଛା ୮୦.୮୩ ଆମେରିକୀୟ ଡଲାରରେ ପହଞ୍ଚିଛି। ଏହା ସହିତ ଆଗାମୀ ଅଗଷ୍ଟ ମାସ ପାଇଁ ଆନ୍ତର୍ଜାତୀୟ ବ୍ରେଣ୍ଟ କ୍ରୁଡ୍ ଦର ମଧ୍ୟ ପ୍ରାୟ, ୪ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୮୩.୭୭ ଡଲାରକୁ ଖସି ଆସିଛି।

Related Articles

Back to top button