Uncategorized

ଓମାନ ଉପକୂଳରେ ବୁଡ଼ିଗଲା ଭାରତୀୟ ଜାହାଜ: ୧୪ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କଲା ଆମେରିକୀୟ ନୌସେନା

ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଯୋଗୁଁ ହର୍ମୁଜ୍ ପ୍ରଣାଳୀରେ ପରିସ୍ଥିତି ଗମ୍ଭୀର ଥିବା ବେଳେ ଓମାନ ଉପକୂଳରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭାରତୀୟ ପତାକାଧାରୀ କାର୍ଗୋ ଜାହାଜ ‘ବିରାଟ’ ଓମାନ ଉପକୂଳରେ ବୁଡ଼ିଯାଇଛି। ତେବେ ତତ୍ପରତା ପ୍ରକାଶ କରି ଆମେରିକୀୟ ନୌସେନା, ଓମାନ କର୍ତ୍ତୃପକ୍ଷ ଏବଂ ନିକଟବର୍ତ୍ତୀ ବାଣିଜ୍ୟିକ ଜାହାଜଗୁଡ଼ିକର ମିଳିତ ସହଯୋଗରେ ଏକ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ କରାଯାଇ ଜାହାଜରେ ଥିବା ସମସ୍ତ ୧୪ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଜୁନ୍ ୧୪ ତାରିଖ ସକାଳେ ଓମାନର ‘ରାସ୍ ଅଲ୍ ହଦ୍’ ଠାରୁ ପ୍ରାୟ ୮୦ ନଟିକାଲ୍ ମାଇଲ୍ ପୂର୍ବ ସମୁଦ୍ରରେ ଏହି ଦୁର୍ଘଟଣା ଘଟିଥିଲା। ଜାହାଜଟି ବୁଡ଼ିଯିବା ପରେ ସଙ୍ଗେ ସଙ୍ଗେ ସେହି ଅଞ୍ଚଳରେ ମୁତୟନ ଥିବା ଆମେରିକୀୟ ନୌସେନାର ଯୁଦ୍ଧଜାହାଜ ଏବଂ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲେ, ଯାହାଫଳରେ ସମସ୍ତ କ୍ରୁ ସଦସ୍ୟଙ୍କ ଜୀବନ ରକ୍ଷା କରାଯାଇପାରିଛି।

Related Articles

Back to top button