Uncategorized

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ କେନ୍ ୱିଲିୟମସନ

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ମଧ୍ୟରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ୍ ୱିଲିୟମସନ ଏକ ବଡ଼ ଘୋଷଣା କରିଛନ୍ତି। ସେ ତତ୍କାଳ ପ୍ରଭାବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଉଥିବା ସ୍ପଷ୍ଟ କରିଛନ୍ତି। ଏହାସହିତ ୱିଲିୟମସନଙ୍କ ୧୬ ବର୍ଷର ଦୀର୍ଘ ଆନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୩୫ ବର୍ଷୀୟ ୱିଲିୟମସନ ନ୍ୟୁଜିଲାଣ୍ଡ ପାଇଁ ସର୍ବାଧିକ ଅନ୍ତର୍ଜାତୀୟ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍। ସେ ନିଜ କ୍ୟାରିୟରରେ ୩୭୮ଟି ମ୍ୟାଚ୍ ଖେଳି ୧୯,୩୪୬ ରନ୍ କରିଛନ୍ତି, ଯେଉଁଥିରେ ୪୮ଟି ଶତକ ଏବଂ ୬ଟି ଦ୍ୱିଶତକ ଅନ୍ତର୍ଭୁକ୍ତ। ୨୦୧୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ (ଡେବ୍ୟୁ) କରିଥିବା କେନ୍ ୱିଲିୟମସନ ଖୁବ୍ ଶୀଘ୍ର ନିଜର ଚମତ୍କାର ଶୈଳୀ, ଧୈର୍ଯ୍ୟ ଓ କ୍ଲାସ୍ ପାଇଁ ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କୁ ଆକର୍ଷିତ କରିଥିଲେ। ତାଙ୍କ ବ୍ୟାଟିଂରେ ଆକ୍ରମଣାତ୍ମକତା କମ୍ ଥିଲେ ମଧ୍ୟ ପ୍ରଭାବ ଏବଂ ନିରନ୍ତରତା ଅଧିକ ଦେଖିବାକୁ ମିଳୁଥିଲା। ନ୍ୟୁଜିଲାଣ୍ଡ କ୍ରିକେଟରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ତାଙ୍କ ନେତୃତ୍ୱ ଓ ଖେଳ ଯୋଗୁଁ ହିଁ କିୱି ଦଳ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦଳଗୁଡ଼ିକ ମଧ୍ୟରେ ଗଣିତ ହୋଇପାରିଛି।

Related Articles

Back to top button