ଓଡ଼ିଶାଜାତୀୟ

ପଞ୍ଚାୟତଗୁଡିକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ

ଭୁବନେଶ୍ୱର ,ଓଡ଼ିଶାର ୫ଟି ପଞ୍ଚାୟତକୁ,ଜାତୀୟ ସ୍ତରରେ, ପୁରସ୍କୃତ କରାଯାଇଛି ।  ନୂଆଦିଲ୍ଲୀରେ ଏକ ଉତ୍ସବରେ, ଏହି ପୁରସ୍କାର ପ୍ରଦାନ କରାଯାଇଛି ।ଦୀନଦୟାଲ ଉପାଧ୍ୟାୟ ସତତ ବିକାଶ ପୁରସ୍କାର ଓ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାରରେ, ୨୦୨୫ ବର୍ଷ ପାଇଁ ୫ଟି ପଞ୍ଚାୟତକୁ ଏହି ପୁରସ୍କାର ମିଳିଛି । କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ, ରାଜ୍ୟ ପଞ୍ଚାୟତିରାଜ ବିଭାଗକୁ ଏ ସଂପର୍କରେ, ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି । ନିର୍ଦ୍ଦିଷ୍ଟ ବର୍ଗରେ ବିଶେଷ କାର୍ଯ୍ୟ ଓ ସଫଳତା ପାଇଁ ଏହି ପଞ୍ଚାୟତଗୁଡିକ, ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସାରା ଦେଶରେ ସ୍ୱସ୍ଥ ପଞ୍ଚାୟତ ତାଲିକାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର  ପୋଟଲାମପୁର ପଞ୍ଚାୟତ ୩ ନମ୍ୱର ରାଙ୍କରେ, ରହିଛି ।  ପର୍ଯ୍ୟାପ୍ତ ପାଣି ଥିବା ପଞ୍ଚାୟତ ବର୍ଗରେ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡୁଆ ପଞ୍ଚାୟତ ତୃତୀୟ ସ୍ଥାନରେ, ରହିଛି । ଏହି ପଞ୍ଚାୟତର ଜଳ ସୁପରିଚାଳନା ଦେଶର ଦୃଷ୍ଟି ଆକର୍ଷଣ କରିଛି ।

Related Articles

Back to top button