Uncategorized

କଟକ ପ୍ରେସ୍ ଛକ ମାଛ ମାର୍କେଟ୍ ଅଗ୍ନିକାଣ୍ଡ: ଦୀର୍ଘ ୯ ଘଣ୍ଟା ପରେ ଆୟତ୍ତ ହେଲା ନିଆଁ

ଭୁବନେଶ୍ବର: ଦୀର୍ଘ ୯ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ କଟକ ପ୍ରେସ୍ ଛକ ମାଛ ମାର୍କେଟରେ ଲାଗିଥିବା ଭୟାବହ ନିଆଁକୁ ଆୟତ୍ତ କରାଯାଇଛି। ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ମିଳିତ ପ୍ରୟାସରେ ନିଆଁ ସମ୍ପୂର୍ଣ୍ଣ ରୂପେ ଲିଭିଛି। ସୂଚନା ଅନୁଯାୟୀ, ଗତ ରବିବାର ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ମାଛ ମାର୍କେଟ୍ ପରିସରରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ଦେଖୁଦେଖୁ ନିଆଁର ପ୍ରକୋପ ଏତେ ଭୟଙ୍କର ରୂପ ନେଇଥିଲା ଯେ, ଏହା ମାର୍କେଟ୍ ସହ ସେହି ବିଲ୍ଡିଂରେ ଥିବା ‘ବ୍ୟାଙ୍କ ଅଫ୍ ଇଣ୍ଡିଆ’ ଶାଖାକୁ ମଧ୍ୟ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ବ୍ୟାଙ୍କରେ ଥିବା ଲକ୍ଷାଧିକ ଟଙ୍କା ପୋଡ଼ି ପାଉଁଶ ହୋଇଯାଇଥିବା ଆଶଙ୍କା କରାଯାଉଛି। ଏହା ସହିତ ସମ୍ପୃକ୍ତ ବିଲ୍ଡିଂରେ ଏକ ରଙ୍ଗ ଗୋଦାମ ଥିବାରୁ କେମିକାଲ୍ ଯୋଗୁଁ ନିଆଁ ବେଗରେ ବ୍ୟାପିଥିଲା ଏବଂ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଥିଲା। ନିଆଁ ଲିଭାଇବା କାର୍ଯ୍ୟରେ ପ୍ରାୟ ୧୦ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିଲେ। ପରିସ୍ଥିତି ଜଟିଳ ହେବାରୁ ନିଆଁକୁ ଆୟତ୍ତ କରିବା ପାଇଁ ଜେସିବି ସହାୟତାରେ ବିଲ୍ଡିଂର କିଛି ଅଂଶକୁ ଭଙ୍ଗାଯାଇଥିଲା। ଏହି ଅପରେସନରେ ଅଗ୍ନିଶମ ବାହିନୀ ପକ୍ଷରୁ ଅତ୍ୟାଧୁନିକ ମେସିନ୍ ସହ ବିଶେଷ ଭାବେ ଅଗ୍ନିଶମ ରୋବଟ୍‌ର ମଧ୍ୟ ସହାୟତା ନିଆଯାଇଥିଲା। ବର୍ତ୍ତମାନ ନିଆଁ ସମ୍ପୂର୍ଣ୍ଣ ଲିଭିଥିବା ବେଳେ କ୍ଷୟକ୍ଷତିର ଆକଳନ କରାଯାଉଛି।

Related Articles

Back to top button