
ଭୁବନେଶ୍ୱର ,ମୋବାଇଲ ଛଡାଇ ନେଇ ଛୁ’ ମାରୁଥିବା ବେଳେ କାବୁ କଲେ ଲୋକେ।
ଘଟଣାକୁ ନେଇ ବରମୁଣ୍ଡା ଓଭର ବ୍ରିଜ ତଳେ, ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା।
ବସ୍ ଓ ବସ୍ ଷ୍ଟାଣ୍ଡ ଭିତରୁ ଅଭିଯୁକ୍ତ ଜଣଙ୍କ ମୋବାଇଲ ଲୁଟୁଥିବା, ଜାଣିବାକୁ ପାଇଛି ପୋଲିସ।
ମୋବାଇଲ ଲୁଟେରା ପାଖରୁ ୧୯ ଟି ମୋବାଇଲ ମିଳିଥିବା ବେଳେ, ପୋଲିସ ଅଭିଯୁକ୍ ଜଣଙ୍କୁ ହେପାଜତ କୁ ନେଇଛି।
ଏକ ଗ୍ୟାଙ୍ଗ ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ, ବୁଲୁଥିବା ଜାଣିବାକୁ ପାଇଛି ପୋଲିସ।
ଗୁରୁବାର ରାତି ପ୍ରାୟ ୧୧ ଟା ସମୟରେ ଅଭିଯୁକ୍ତ ଜଣଙ୍କୁ, ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଛନ୍ତି ଲୋକେ।
ଖବର ମିଳିବା ପରେ ଚୋରର ବ୍ୟାକ୍ ଗ୍ରାଉଣ୍ଡ, କ୍ରାଇମ ହିଷ୍ଟ୍ରି ଆଦି ଜାଣିବାକୁ ଚେଷ୍ଟା ଚଳାଇଛି ପୋଲିସ।




