ଓଡ଼ିଶାପାଣିପାଗ

କାଳବୈଶାଖୀର କରାଳ ରୂପ।

ଭୁବନେଶ୍ୱର ,ଗତକାଲି ଅପରାହ୍ଣରେ ସୁନ୍ଦରଗଡ଼ ବଣାଇ ଅଞ୍ଚଳରେ, ହଠାତ୍ ଭୟଙ୍କର ହୋଇ ମାଡ଼ିଆସିଥିଲା କାଳବୈଶାଖୀ। ଦୁଇ ଘଣ୍ଟାର ତାଣ୍ଡବଲୀଳା ଭିତରେ ବଣାଇ ସହର ସମେତ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରବଳ ପବନ ଯୋଗୁଁ ଅଞ୍ଚଳରେ, ୫ରୁ ଉର୍ଦ୍ଧ୍ୱ ବିଦ୍ୟୁତ ଟ୍ରାନ୍ସଫର୍ମର ଭାଙ୍ଗି ଯାଇଛି। ଶହ ଶହ ଇଲେକ୍ଟ୍ରିକ ଖୁଣ୍ଟ ଉପୁଡ଼ି ପଡ଼ିଛି।  କେଉଁଠି ମଟର ସାଇକେଲ ତ କେଉଁଠି କାର୍ ଏବଂ ଜେସିବି ମେସିନ୍ ଉପରେ, ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଛି। ବଣାଇ ଉପଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଗଛ ଉପୁଡ଼ି ପଡ଼ିବାରୁ ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇଛି। ଝାରସୁଗୁଡ଼ାରୁ ଓଡ୍ରାଫ ଟିମ୍ ଆସିଛି।ଦୁଇ ଘଣ୍ଟାର ତାଣ୍ଡବରେ ଛାରଖାର ହୋଇଯାଇଛି, ଜନଜୀବନ। ଉପୁଡ଼ିଲା ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ। ପ୍ରବଳ ପବନରେ ୫ରୁ ଉର୍ଦ୍ଧ୍ୱ ଟ୍ରାନ୍ସଫର୍ମର, ଭାଙ୍ଗି ଯାଇଛି।

Related Articles

Back to top button