
ଭୁବନେଶ୍ୱର ,ପାରଦ ୪୫ ଡିଗ୍ରୀ ପାର୍ କରିସାରିଥିବା ବେଳେ ତ୍ରାହି ପାଇବା ପାଇଁ ଘର ଓ ଅଫିସରେ ଏସିର ବ୍ୟବହାର ବହୁତ ବଢ଼ିଯାଇଛି। ମାତ୍ର ଏସି ବ୍ୟବହାର କରିବା ସମୟରେ ,ଅନେକ ଲୋକ, ଏଭଳି ଏକ ଭୁଲ୍ କରୁଛନ୍ତି, ଯାହା ସେମାନଙ୍କ ମାସିକ ବିଜୁଳି ବିଲ୍କୁ, ବହୁତ ବଢ଼ାଇ ଦେଉଛି।ଏସି ଚାଲିବା ସମୟରେ ସବୁଠାରୁ ଅଧିକ ବିଜୁଳି କମ୍ପ୍ରେସର, ଷ୍ଟାର୍ଟ ହେବା ସମୟରେ, ଖର୍ଚ୍ଚ ହୋଇଥାଏ। ଯେତେବେଳେ ବି ଏସି ପୁଣି ଥରେ ଚାଲୁ ହୁଏ, ତାର କମ୍ପ୍ରେସର ହଠାତ୍ ଅଧିକ ପାୱାର ନେଇଥାଏ। ଯଦି ଆପଣ ଅଳ୍ପ ସମୟ ବ୍ୟବଧାନରେ, ଏସି ବନ୍ଦ ଓ ଚାଲୁ କରିବେ, ତେବେ ମେସିନ୍ ପ୍ରତିଥର ଅଧିକ ବିଜୁଳି ଟାଣିବ। ଏହି କାରଣରୁ, ବିଜୁଳି ବଞ୍ଚିବା ବଦଳରେ ବିଲ୍ ଆହୁରି ବଢ଼ିଯାଏ। ଏହା ବିଶେଷ କରି ନନ୍-ଇନଭର୍ଟର ମଡେଲ୍ ଗୁଡ଼ିକରେ, ଅଧିକ ଦେଖାଯାଏ।ଏସିର ତାପମାତ୍ରା ସର୍ବଦା ୨୪ ରୁ ୨୬ ଡିଗ୍ରୀ ସେଲସିୟସ ମଧ୍ୟରେ ରଖନ୍ତୁ। ଏହା ଆଖି ଓ ସ୍ୱାସ୍ଥ୍ୟ ପାଇଁ ଅନୁକୂଳ ଏବଂ ଏଥିରେ ବିଜୁଳି ମଧ୍ୟ କମ୍ ଖର୍ଚ୍ଚ ହୁଏ। ଏସି ଚାଲିବା ସମୟ, କବାଟ ଓ ଝରକା ଭଲ ଭାବେ ବନ୍ଦ ରଖନ୍ତୁ, ଯେପରି ବାହାରର ଗରମ ପବନ ଭିତରକୁ ଆସିବ ନାହିଁ। କୋଠରୀ ବାରମ୍ବାର ଗରମ ହେଲେ କମ୍ପ୍ରେସରକୁ ଅଧିକ କାମ କରିବାକୁ, ପଡ଼େ ଏବଂ ବିଲ୍ ବଢ଼ିଥାଏ। ଏସିରେ ଥିବା Sleep Eco Mode,Mode, ଏବଂ Timer ଭଳି ଫିଚରଗୁଡ଼ିକର, ବ୍ୟବହାର କରନ୍ତୁ। ଏହା ରାତିରେ ଆପେ ଆପେ ତାପମାତ୍ରା,ନିୟନ୍ତ୍ରଣ କରି ବିଜୁଳି ବଞ୍ଚାଏ।




