
ଭୁବନେଶ୍ୱର,୧୦ଟି ରାଜ୍ୟରେ ଜୁନ୍ ଓ ଜୁଲାଇ ମାସରେ ଖାଲି ହେବାକୁ ଥିବା ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ କମିଶନ ଆଧିକାରିକ ଭାବେ, ତାରିଖ ଘୋଷଣା କରିଛନ୍ତି। ଏହା ସହିତ ମହାରାଷ୍ଟ୍ର ଏବଂ ତାମିଲନାଡୁର ଦୁଇଟି ରାଜ୍ୟସଭା ଆସନ ପାଇଁ, ମଧ୍ୟ ଉପନିର୍ବାଚନ, ଅନୁଷ୍ଠିତ ହେବ।୧୦ଟି ରାଜ୍ୟର ସଦସ୍ୟମାନଙ୍କ କାର୍ଯ୍ୟକାଳ, ଆସନ୍ତା ଜୁନ୍ ୨୧ ରୁ ଜୁଲାଇ ୧୯ ମଧ୍ୟରେ ଶେଷ ହେଉଥିବାରୁ ଏହି ନିର୍ବାଚନ କରାଯାଉଛି। ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକରେ ମୋଟ ୪ଟି ଲେଖାଏଁ ସିଟ୍ ଖାଲିଥିବା ବେଳେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ୩ଟି ଲେଖାଏଁ ସିଟ୍, ଝାଡ଼ଖଣ୍ଡରେ ୨ଟି ଆସନ ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମରେ ୧ଟି ଲେଖାଏଁ ଆସନ ପାଇଁ ଭୋଟଗ୍ରହଣ କରାଯିବ ।ରାଜ୍ୟସଭାର ଦୁଇଟି ଆସନ ନେତାମାନଙ୍କ ଇସ୍ତଫା ଯୋଗୁଁ, ଖାଲି ପଡ଼ିଛି, ଯେଉଁଠାରେ ଜୁନ୍ ୧୮ରେ ଉପନିର୍ବାଚନ ହେବ । ମହାରାଷ୍ଟ୍ରରେ ଏନସିପି ନେତ୍ରୀ ସୁନେତ୍ରା ପାୱାର ବିଧାୟକ ଭାବେ ନିର୍ବାଚିତ ହେବା ପରେ ଗତ ୬ ମେରେ ନିଜ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ। ତାଙ୍କର ଏହି କାର୍ଯ୍ୟକାଳ ୪ ଜୁଲାଇ ୨୦୨୮ ପର୍ଯ୍ୟନ୍ତ, ଥିଲା।ଦେଶରେ ସ୍ୱଚ୍ଛ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିଶନ ସମସ୍ତ ୧୦ଟି ରାଜ୍ୟକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।




