Uncategorized

ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର – Bastabbadi

ଭୁବନେଶ୍ବର: ବ୍ରହ୍ମପୁରରେ ପୁଣି ଏକ ପୋଲିସ ଏնକାଉଣ୍ଟର ଦେଖିବାକୁ ମିଳିଛି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ମୁକେଶ ସାହୁ ଗୁରୁତର ଆହତ ହୋଇଛି। ତାକୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ କରୁଥିବା ବେଳେ ଟାମଣା ଘାଟି ନିକଟରେ ସେ ପୋଲିସ ଉପରକୁ ଆକ୍ରମଣ କରି ଫେରାର ହେବାକୁ ଚେଷ୍ଟା କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ମୁକେଶର ଆକ୍ରମଣ ପରେ ଆତ୍ମରକ୍ଷା ପାଇଁ ପୋଲିସକୁ ପାଲଟା ଗୁଳି ଚଳାଇବାକୁ ପଡ଼ିଥିଲା। ପୋଲିସର ଏହି ପାଲଟା ଗୁଳି ମାନସର ଦୁଇ ଗୋଡ଼ରେ ବାଜିଥିଲା, ଫଳରେ ସେ ସେଠାରେ ହିଁ କାବୁ ହୋଇଯାଇଥିଲା। ଗୁଳିବାଜି ଆହତ ହୋଇଥିବା ଅଭିଯୁକ୍ତ ମୁକେଶକୁ ତୁରନ୍ତ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି (MKCG) ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେଠାରେ ତାର ଚିକିତ୍ସା ଚାଲିଥିବା ବେଳେ ଘଟଣାସ୍ଥଳରେ ପୋଲିସର ବରିଷ୍ଠ ଅଧିକାରୀ ପହଞ୍ଚି ଅଧିକ ଛାନଭିନ୍ ଚଳାଇଛନ୍ତି।

Related Articles

Back to top button