Uncategorized

କାଠଯୋଡ଼ି ନଦୀ ପଠାରୁ ମହିଳାଙ୍କ ଅଧାପୋତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ବର: କାଠଯୋଡ଼ି ନଦୀ ପଠାରୁ ଜଣେ ମହିଳାଙ୍କ ଅଧାପୋତା ମୃତଦେହ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାଥମିକ ସୂଚନା ଅନୁଯାୟୀ, ମହିଳାଙ୍କୁ ହତ୍ୟା କରାଯିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ କେହି ଦୁର୍ବୃତ୍ତ ମୃତଦେହକୁ ନଦୀ ପଠାରେ ପୋତି ଦେଇଥିବା ସନ୍ଦେହ କରାଯାଉଛି। ଆଜି ନଦୀ ପଠାରେ କିଛି କୁକୁର ମୃତଦେହକୁ ଖାଉଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହା ପରେ ସେମାନେ ତୁରନ୍ତ ବାରଙ୍ଗ ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ବିଭିନ୍ନ ଦିଗକୁ ନେଇ ଛାନଭିନ୍ ଚଳାଇଛି।

Related Articles

Back to top button