
ଭୁବନେଶ୍ୱର ,ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ୫ ଦିନ ଅର୍ଥାତ୍ ଆସନ୍ତା ୨୬ ତାରିଖ ଯାଏଁ,ପ୍ରଚଣ୍ଡ ତାତି ଓ ଗୁଳୁଗୁଳି ରୁ ନିସ୍ତାର ନାହିଁ। ଆଗାମୀ ୫ ଦିନ ମଧ୍ୟରେ ତାପମାତ୍ରା,ଆହୁରି ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ।ସମ୍ବଲପୁର ଓ ଝାରସୁଗୁଡ଼ାରେ ତାପମାତ୍ରା ପ୍ରାୟ ୪୬ ଡିଗ୍ରୀ ରହିବା ନେଇ ଅନୁମାନ କରାଯାଇଛି। ସେହିଭଳି ବରଗଡ଼, ବୌଦ୍ଧ, ବଲାଙ୍ଗିର, ଟିଟିଲାଗଡ଼, ନୂଆପଡ଼ା ଓ ଅନୁଗୁଳରେ ବି ସ୍ବାଭାବିକଠୁ ଅଧିକ ପାରଦ ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ପଶ୍ଚିମ ଓଡ଼ିଶାରେ ତାତିର ଏଭଳି ଟ୍ରେଣ୍ଡ୍ ଆଗାମୀ ୫ ଦିନ ପାଇଁ ଲାଗି ରହିବ। ଅଧିକାଂଶ ସ୍ଥାନରେ ଅତ୍ୟଧିକ ତାପାମାତ୍ରା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇଛି। ଗତକାଲି ଝାରସୁଗୁଡ଼ାରେ ୪୬ ଡିଗ୍ରୀ ସହ ଏ ବର୍ଷ ରେକର୍ଡ ଭାଙ୍ଗିଛି ତାତି।



