Uncategorized

ଅନଲାଇନ ଗେମ୍‌ ନେଲା ଯୁବକଙ୍କ ଜୀବନ

ଭୁବନେଶ୍ବର: ପୁଣି ଏକ ଅନଲାଇନ ଗେମ୍‌ ଜଣେ ଯୁବକଙ୍କ ପାଇଁ କାଳ ସାଜିଛି। ଲକ୍ଷାଧିକ ଟଙ୍କା ହାରିବା ଏବଂ ପରିବାର ଲୋକଙ୍କ ତାଗିଦ୍ ପରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ଯୁବକ ଜଣକ ହେଲେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ଗାଁର ବାଲିଆ ବେହେରାଙ୍କ ଏକମାତ୍ର ପୁଅ ମାନସ ବେହେରା। ସୂଚନା ଅନୁସାରେ, କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ ବାବଦକୁ ବାଲିଆ ବେହେରା କିଛି ଟଙ୍କା ପାଇଥିଲେ। ସେଥିରୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ସେ ପୁଅ ମାନସଙ୍କ ଆକାଉଣ୍ଟରେ ରଖିଥିଲେ। କିନ୍ତୁ ପ୍ରାୟ ଏକ ମାସ ତଳେ ମାନସ ମୋବାଇଲ୍‌ରେ ଅନଲାଇନ ଗେମ୍ ଖେଳି ଏହି ଅଢ଼େଇ ଲକ୍ଷ ଟଙ୍କା ହାରି ଯାଇଥିଲେ। ଏହାକୁ ନେଇ ପରିବାରରେ ବଚସା ହୋଇଥିଲା। ଏହି ଘଟଣା ପରେ ମଧ୍ୟ ପରିବାର ଲୋକେ ବାଇକ୍ କିଣିବା ପାଇଁ ମାନସଙ୍କୁ ଆଉ ୩୦ ହଜାର ଟଙ୍କା ଦେଇଥିଲେ। ହେଲେ ସେଥିରୁ ମଧ୍ୟ ସେ ପୁଣି ଗେମ୍‌ ଖେଳି ୧୦ ହଜାର ଟଙ୍କା ଉଡ଼ାଇ ଦେଇଥିଲେ।

Related Articles

Back to top button