Uncategorized

ବାଲି ମାଫିଆଙ୍କ ଘରେ ପୋଲିସର ଚଢ଼ାଉ: ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ୮ଟି ସ୍ଥାନରେ ରେଡ୍‌, ୨୫ ଲକ୍ଷ ନଗଦ ଜବତ

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। କେନ୍ଦୁଝର ଏସପିଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆନନ୍ଦପୁର, ଘସିପୁରା ଓ ନନ୍ଦିପଦା ଥାନା ଅଞ୍ଚଳର ପ୍ରାୟ ୮ଟି ସ୍ଥାନରେ ଏକକାଳୀନ ଏହି ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ଚଢ଼ାଉ ସମୟରେ ଏପର୍ଯ୍ୟନ୍ତ ପ୍ରାୟ ୨୫ ଲକ୍ଷ ଟଙ୍କାର ନଗଦ ଅର୍ଥ ଜବତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରୁ ଆନନ୍ଦପୁର, ତରତରା, ହାଟଡିହି, ଧକୋଠା, ବୀରଗୋବିନ୍ଦପୁର, ଶାଳଣିଆଁ, ବଞ୍ଚୋ ଏବଂ ଜମ୍ଭରା ଆଦି ସ୍ଥାନରେ ସକ୍ରିୟ ଥିବା ବାଲି ମାଫିଆ ଓ ବାଲି ବ୍ୟବସାୟରେ ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଘରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଛି। ଏହି କ୍ରମରେ ହାଟଡିହି ବ୍ଲକ ଉପାଧ୍ୟକ୍ଷଙ୍କ ଘରେ ମଧ୍ୟ ପୋଲିସର ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିବା ଦେଖିବାକୁ ମିଳିଛି। ଏହି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ପରେ ଅଞ୍ଚଳର ବେଆଇନ ବାଲି ମାଫିଆଙ୍କ ମଧ୍ୟରେ ଛନକା ପଶିଛି।

Related Articles

Back to top button