Uncategorized

ସମ୍ବଲପୁର ବୁର୍ଲାରେ ପୁଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ମନୀଷ ସାହୁ ଆହତ

ଭୁବନେଶ୍ବର: ସମ୍ବଲପୁର ବୁର୍ଲା ଅଞ୍ଚଳରେ ପୁଲିସ ଏନକାଉଣ୍ଟର। ଏଥିରେ କୁଖ୍ୟାତ ଅପରାଧୀ ମନୀଷ ସାହୁ ଓରଫ୍‌ କାଳିଆ ଗୁରୁତର ଆହତ ହୋଇଛି। ଆଜି ଭୋର ସମୟରେ ପୁଲିସ ଗାଡ଼ି ଚେକିଂ କରୁଥିବା ବେଳେ ଏହି ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ଆହତ ମନୀଷକୁ ପୁଲିସ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ମିଳିଥିବା ସୂଚନା ମୁତାବକ, ଗାଡ଼ି ଚେକିଂ ବେଳେ ମନୀଷ ଖସି ପଳାଇବାକୁ ଚେଷ୍ଟା କରି ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା। ପୁଲିସ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ମନୀଷ ଆହତ ହୋଇଥିଲା। ତା’ ବିରୋଧରେ ବିଭିନ୍ନ ଥାନାରେ ଚୋରି, ଡକାୟତି ଭଳି ପ୍ରାୟ ୧୪ରୁ ଅଧିକ ସଙ୍ଗିନ ମାମଲା ରହିଛି। ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ମଧ୍ୟ ବ୍ରହ୍ମପୁର ପୁଲିସ ଜଣେ କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର କରିଥିଲା।

Related Articles

Back to top button