Uncategorized
ଜୁଲାଇ ୧ରୁ ଓଡ଼ିଶାରେ ଆରମ୍ଭ ହେବ ଏସଆଇଆର : ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ବିଏଲଓ


ଭୁବନେଶ୍ୱର: ଆସନ୍ତା ଜୁଲାଇ ୧ ତାରିଖରୁ ଓଡ଼ିଶା ସମେତ ଦେଶର ୧୬ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ‘ଏସଆଇଆର’ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଭାରତୀୟ ନିର୍ବାଚନ କମିଶନ (ECI)ଙ୍କ ପକ୍ଷରୁ ଫେଜ୍-୩ ‘ଏସଆଇଆର’ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ଦେଶର ପ୍ରାୟ ୩୬ କୋଟିରୁ ଅଧିକ ଭୋଟରଙ୍କ ତଥ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାୟ ୩.୯୪ ଲକ୍ଷ ବୁଥ୍ ଲେବଲ ଅଫିସର (BLO) ଘରକୁ ଘର ବୁଲି ଭୋଟରଙ୍କ ସୂଚନା ଯାଞ୍ଚ ଓ ସଂଗ୍ରହ କରିବେ। ସ୍ୱଚ୍ଛତା ବଜାୟ ରଖିବା ପାଇଁ ପ୍ରତ୍ୟେକ ପୋଲିଂ ବୁଥରେ ଏଜେଣ୍ଟ ନିଯୁକ୍ତି କରିବାକୁ ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟା ଦ୍ୱାରା ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ହେବା ସହ ଏହାକୁ ଅଧିକ ନିର୍ଭୁଲ କରାଯାଇପାରିବ।



