Uncategorized

ଚିନି ରପ୍ତାନି ଉପରେ ନିଷେଧାଜ୍ଞା ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶର ଘରୋଇ ବଜାରରେ ଚିନି ଯୋଗାଣ ସ୍ୱାଭାବିକ ରଖିବା ଏବଂ ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଚିନି ରପ୍ତାନି ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଯାଇଛି। ଏହି ପ୍ରତିବନ୍ଧକ ୨୦୨୬ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ନିୟମ କଞ୍ଚା ଚିନି (Raw Sugar), ଧଳା ଚିନି ଏବଂ ରିଫାଇନ୍ ଚିନି ସମେତ ସବୁ ପ୍ରକାର ଚିନି ଉପରେ ଲାଗୁ ହେବ। ଘରୋଇ ବଜାରରେ ଚିନିର ଚାହିଦା ବଢ଼ୁଥିବାରୁ ଏହାର ମୂଲ୍ୟ ବୃଦ୍ଧି ହେବାର ଆଶଙ୍କା ରହିଛି। ରପ୍ତାନି ବନ୍ଦ କରିବା ଦ୍ୱାରା ଦେଶ ଭିତରେ ପର୍ଯ୍ୟାପ୍ତ ଯୋଗାଣ ସୁନିଶ୍ଚିତ ହେବା ସହ ମୁଦ୍ରାସ୍ଫୀତି ଉପରେ ରୋକ୍ ଲାଗିପାରିବ।

Related Articles

Back to top button