
ଭୁବନେଶ୍ୱର ,ଗୌହାଟୀ ଖାନପରା ଭେଟେରିନାରୀ କଲେଜ ଗ୍ରାଉଣ୍ଡରେ ଆୟୋଜିତ ହେଉଛି, ଭବ୍ୟ ଶପଥ ସମାରୋହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ହିମନ୍ତଙ୍କ ଓଥ୍ ସେରିମୋନିରେ ସାମିଲ ହେବେ।ଲଗାତାର ଦ୍ବୀତିୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ହିମନ୍ତ ବିଶ୍ବଶର୍ମା।ଆଜି ଆସାମରେ ବିଜେପି ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ସେପଟେ ହିମନ୍ତଙ୍କୁୁ ଶୁଭେଚ୍ଛା ଜଣାଇଛନ୍ତି ଆସାମ ବିଜେପି ନିର୍ବାଚନ ପ୍ରଭାରୀ ତଥା ସାଂସଦ ବୈଜୟନ୍ତ ପଣ୍ଡା। ହିମନ୍ତଙ୍କ ନେତୃତ୍ବରେ ଆସାମରେ ଡବଲ ଇଞ୍ଜିନ ସରକାର ବିକାଶର ଇତିହାସ ରଚିବ ବୋଲି, କହିଛନ୍ତି ବୈଜୟନ୍ତ। ଶପଥ ସମାରୋହରେ ସାମିଲ ହେବାକୁ ଆସାମ ଯାଇଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନ ତଳେ ହିମନ୍ତ ବିଶ୍ବଶର୍ମାଙ୍କୁ, ବିଧାୟକ ଦଳ ନେତା ଭାବେ ଘୋଷଣା କରାଯାଇଥିଲା। ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିଲେ।




