ଅନ୍ୟାନ୍ୟଅପରାଧ

ନକଲି DEF ତିଆରି ଗୋଦାମ ଉପରେ ଚଢାଉ

 ଭୁବନେଶ୍ୱର ,ଏକ ଟାଙ୍କିରେ ହଜାରେ ଲିଟର DEF ଥିବାବେଳେ, ୨୫୬ ବସ୍ତା ୟୁରିଆ ସାର ଠାବ କରିଛି ପୋଲିସ।

DEF ତିଆରି ଗୋଦାମ ଉପରେ, ଚଢାଉ କରିଛି ଝାରସୁଗୁଡ଼ା ପୋଲିସ।

DEF ତିଆରି କରାଯାଇ ଅସଲି ଦରରେ ବିକ୍ରି କରାଯାଉଥିଲା। ଝାରସୁଗୁଡ଼ା ସିରିଆବଗିଚାରେ, ନକଲି DEF ପ୍ରସ୍ତୁତି କରାଯାଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା।

ରିହାତି ଦରରେ ୟୁରିଆ ସାର ଆଣି ଝାରସୁଗୁଡ଼ା ସମେତ ବିଭିନ୍ନ ସ୍ଥାନରେ, ବିଭିନ୍ନ ସୋରୁମରେ DEF ବିକ୍ରି କରୁଥିବା ପୋଲିସ SP ସୂଚନା ଦେଇଛନ୍ତି।

ସେହିପରି ଅନେକ ନାମୀଦାମୀ ବ୍ରାଣ୍ଡର ଲେବଲ, ଡ୍ରମ, ଅନ୍ୟାନ୍ୟ ଆନୁଷଙ୍ଗିକ, ସାମଗ୍ରୀ ରଖି ନକଲି DEF ତିଆରି କରାଯାଇ ଅସଲି ଦରରେ ବିକ୍ରି କରାଯାଉଥିଲା।

୭ ଜଣ ଅଭିଯୁକ୍ତ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା, SP ସୂଚନା ଦେଇଛନ୍ତି।

Related Articles

Back to top button