ଓଡ଼ିଶାରାଜନୀତି

‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍,

 ଭୁବନେଶ୍ୱର ,ରାଜଧାନୀ ଭୁବନେଶ୍ୱରର ଓଲ୍ଡ ଏୟାରପୋର୍ଟ ରୋଡ୍ ରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ସାମ୍ନାରେ କରାଯାଇଥିବା ସୁରକ୍ଷା ବ୍ୟାରିକେଡ୍ କୁ ନେଇ ଏବେ ବଡ଼ ପ୍ରଶାସନିକ ଏବଂ ଆଇନଗତ ବିବାଦ ସୃଷ୍ଟି ହୋଇଛି। ଏୟାରପୋର୍ଟ ଯିବାକୁ ରାସ୍ତାରୁ ପୁନାମା ଗେଟ୍ ପର୍ଯ୍ୟନ୍ତ ସୁରକ୍ଷା ଦୃଷ୍ଟିରୁ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ, ପଟ୍ଟନାୟକଙ୍କ ପାଇଁ ତିଆରି କରାଯାଇଥିଲା ଗେଟ୍। ସୁରକ୍ଷା ବ୍ୟାରିକେଡ୍ ହଟାଇବା ସହିତ ସୁରକ୍ଷା ଦୃଷ୍ଟିରୁ ଅନ୍ୟ କୌଣସି ଷ୍ଟ୍ରକଚରର, ଆବଶ୍ୟକତା ଅଛି ନା ନାହିଁ, ତାହା ଜଣାଇବାକୁ କୁହାଯାଇଛି। ସରକାରୀ ରାସ୍ତା ଉପରେ, ବ୍ୟାରିକେଡ୍ କରି ଯାତାୟାତରେ ବାଧା ସୃଷ୍ଟି କରାଯାଇଥିବା ଅଭିଯୋଗକୁ ନେଇ ଓଡ଼ିଶା ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଗୃହ ବିଭାଗକୁ ଚିଠି କରାଯାଇଛି। କମିଶନରେଟ୍ ପୋଲିସ ଓ ଡିସିପି ଟ୍ରାଫିକଙ୍କ ମତାମତ, ମଗାଯାଇଛି। ଏହି ମାମଲାରେ ମୁଖ୍ୟ ସଚିବ, ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ, ବିଏମ୍ ସି କମିଶନରଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଥିଲା।

Related Articles

Back to top button