ଜାତୀୟରାଜନୀତି

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

ଭୁବନେଶ୍ବର: ପଶ୍ଚିମବଙ୍ଗ ରାଜନୀତିରେ ଆଜି ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। କୋଲକାତାର ଐତିହାସିକ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଶୁଭେନ୍ଦୁ ଅଧିକାରୀ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବିଜେପିର ଏହି ଐତିହାସିକ ସଫଳତା ପରେ ସମଗ୍ର କୋଲକାତା ସହର ଉତ୍ସବମୁଖର ହୋଇଉଠିଛି। ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୨୦୭ଟି ଆସନରେ ବିଜୟ ହାସଲ କରି ସଂଖ୍ୟାଗରିଷ୍ଠତା ପ୍ରମାଣିତ କରିଛି। ଏଥିସହିତ ଦୀର୍ଘ ୧୫ ବର୍ଷ ଧରି ଶାସନ ଗାଦିରେ ଥିବା ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସକୁ କ୍ଷମତାରୁ ବାହାର କରିଛି। ଏହି ନିର୍ବାଚନରେ ଟିଏମସି ମାତ୍ର ୮୦ଟି ଆସନରେ ସୀମିତ ରହିଛି। ଏହି ମହାସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଏନଡିଏ (NDA) ଶାସିତ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତାମାନେ ଯୋଗ ଦେଇଥିଲେ। ଏଥିସହ ରାଜ୍ୟର କୋଣଅନୁକୋଣରୁ ହଜାର ହଜାର ଦଳୀୟ କର୍ମୀ ବ୍ରିଗେଡ୍ ଗ୍ରାଉଣ୍ଡରେ ଉପସ୍ଥିତ ରହି ନୂତନ ସରକାରକୁ ସ୍ୱାଗତ କରିଛନ୍ତି। ବିଜେପି ନେତୃତ୍ୱଙ୍କ କହିବା ଅନୁଯାୟୀ, ଏହା କେବଳ ଏକ ସରକାର ପରିବର୍ତ୍ତନ ନୁହେଁ, ବରଂ ବଙ୍ଗଳାରେ ଏକ ନୂତନ ରାଜନୈତିକ ଯୁଗର ଆରମ୍ଭ।

Related Articles

Back to top button