ଅନ୍ୟାନ୍ୟଶିକ୍ଷା

SSC GDପରୀକ୍ଷାରୁ,ବଞ୍ଚିତ ହେଲେ ଶତାଧିକ ଛାତ୍ରଛାତ୍ରୀ।

ଭୁବନେଶ୍ୱର ,ଷ୍ଟାଫ ସିଲେକ୍ସନ କମିଶନ ଜେନେରାଲ ଡ୍ୟୁଟି ପରୀକ୍ଷାରୁ ବଞ୍ଚିତ ହେଲେ, ଶତାଧିକ ଛାତ୍ରଛାତ୍ରୀ। ଢେଙ୍କାନାଳ ଗୋବିନ୍ଦପୁର ସ୍ଥିତ ଏକ ଘରୋଇ କଲେଜ ପରୀକ୍ଷା କେନ୍ଦ୍ରରେ, ଏଭଳି ଅବ୍ୟବସ୍ଥା ଦେଖାଦେଇଛି।ପରୀକ୍ଷା କେନ୍ଦ୍ରରେ, ପରିଚାଳନାଗତ ତୃଟି ପାଇଁ,ପରୀକ୍ଷା କେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଦେଖାଦେଇଛି।ପରୀକ୍ଷା ପରିଚାଳନା ପାଇଁ ଏକ ସଂସ୍ଥା ଦାୟିତ୍ବରେ ଥିବା ବେଳେ ଆବଶ୍ୟକ କମ୍ପ୍ୟୁଟର ନଥାଇ କିଭଳି ଏତେ ପିଲାଙ୍କୁ ପରିକ୍ଷା ପାଇଁ ଆଡମିଟ ଦିଆଗଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଗତକାଲି ତିନିଟି ସିଟିଂରେ, ପରୀକ୍ଷା ଥିବା ବେଳେ ପ୍ରଥମ ସିଟିଂରେ ୨ ଶହରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାରିଥିଲେ। ବାକି ୪ ଶହରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷାରୁ, ବଞ୍ଚିତ ହୋଇଥିବାରୁ କଲେଜ ବାହାରେ, ହୋହାଲ୍ଲା ଓ ପାଟି ତୁଣ୍ଡ କରିଥିଲେ।ପରୀକ୍ଷା ପାଇଁ ଉଦ୍ଦିଷ୍ଟ ଥିବା କମ୍ପ୍ୟୁଟରଠାରୁ ଅଧିକ ପରିକ୍ଷାର୍ଥୀ ଆସିଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା।

Related Articles

Back to top button