ଅନ୍ୟାନ୍ୟସ୍ୱାସ୍ଥ୍ୟ

ଆନ୍ଧ୍ର ସୀମାନ୍ତ ପେଦାବାଇଲ ସାପ୍ତାହିକ ହାଟରେ ଘଟିଛି ଅଘଟଣ।

 ଭୁବନେଶ୍ୱର,ଗଛ ପଡି଼ ଚାଲିଗଲା ଦୁଇ ମହିଳାଙ୍କ ଜୀବନ, ୪ ଜଣ ଆହତ। ଓଡ଼ିଶା-ଆନ୍ଧ୍ର ସୀମାନ୍ତ ପେଦାବାଇଲ ସାପ୍ତାହିକ ହାଟରେ ଘଟିଛି ଏହି ଅଘଟଣ। ହାଟ ଚାଲିଥିବା ସମୟରେ ହଠାତ ଝଡ଼ପବନ ବହିଥିଲା।

ଯାହାଫଳରେ ଏକ ବିରାଟ ଗଛ ଉପୁଡି ପଡି଼ଥିଲା।ଆହତଙ୍କୁ ଆନ୍ଧ୍ରପ୍ରଦେଶର ପାଡେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତ ଦୁଇ ମହିଳା କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ସୀତାମା ଖଡା ଓ ତିଲତମା ଖରା ବୋଲି ସୂଚନା ମିଳିଛି।

ଏଥିରେ ୨ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ୪ଜଣ ଆହତ ହୋଇଥିଲେ।ଖବର ପାଇ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଦେଖିବାକୁ ମିଳିଛି ପ୍ରକୃତିର କରାଳ ରୂପ।

Related Articles

Back to top button