Uncategorized

ଆମେରିକାରେ ଭୟଙ୍କର ବିମାନ ଦୁର୍ଘଟଣା: ୫ ପିକଲବଲ୍ ଖେଳାଳିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସ ରାଜ୍ୟରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟିଛି। ରାଜ୍ୟର ହିଲ୍ କଣ୍ଟ୍ରି ଅଞ୍ଚଳରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୫ ଜଣ ପିକଲବଲ୍ ଖେଳାଳିଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଟେକ୍ସାସ ଜନ ସୁରକ୍ଷା ବିଭାଗର ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ଅଷ୍ଟିନରୁ ୪୦ ମାଇଲ ଦୂର ଦକ୍ଷିଣ-ପଶ୍ଚିମରେ ଥିବା ୱିମ୍ବରଲି ସହର ନିକଟରେ ଏହି ଦୁର୍ଘଟଣା ଘଟିଛି। ବିମାନଟି ନିୟନ୍ତ୍ରଣ ହରାଇ ଏକ ଗଛକୁ ଧକ୍କା ଦେଇଥିଲା, ଯାହା ଫଳରେ ଏହା ସମ୍ପୂର୍ଣ୍ଣ ଭାବେ ଖଣ୍ଡବିଖଣ୍ଡିତ ହୋଇଯାଇଛି। ମୃତ୍ୟୁବରଣ କରିଥିବା ୫ ଜଣ ଯାକ ବ୍ୟକ୍ତି ପିକଲବଲ୍ ଖେଳାଳି ଥିଲେ। ସେମାନେ ଏକ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଯାତ୍ରା କରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଖବର ପ୍ରସାରିତ ହେବା ପରେ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି। ବର୍ତ୍ତମାନ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସ୍ଥାନୀୟ ଅଧିକାରୀମାନେ ତଦନ୍ତ ଜାରି ରଖିଛନ୍ତି।

Related Articles

Back to top button