ଅନ୍ୟାନ୍ୟଓଡ଼ିଶା

ଆଜି ଏକ ବଡ଼ ଧରଣର ଏନଫୋର୍ସମେଣ୍ଟ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର ,ବୁଲିଲା ବୁଲଡୋଜର। ଭଙ୍ଗା ଚାଲିଛି ଗୋଟେ ପରେ ଗୋଟେ ଘର ।ଭୁବନେଶ୍ବର ଏକାମ୍ରକାନନରୁ ଶିଖରଚଣ୍ଡି ଯାଏଁ ବଡ଼ଧରଣର, ଉଚ୍ଛେଦ।

୨୦୦ ଫୁଟିଆ ପ୍ରଶସ୍ତ ରାସ୍ତା ନିର୍ମାଣ ପାଇଁ ଆଜି ଏକ ବଡ଼ ଧରଣର ଏନଫୋର୍ସମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପୋଲିସ ଉପସ୍ଥିତିରେ ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଉଛି । ସାଲିଆସାହିରେ ପୁଣି ଉଚ୍ଛେଦ ।

ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୦୦ ରୁ ଅଧିକ କର୍ମଚାରୀ,୬ ପ୍ଲାଟୁନ ପୋଲିସ ଫୋର୍ସ ଉଚ୍ଛେଦ ପ୍ରକ୍ରିୟା ସାମିଲ ଅଛନ୍ତି ।

୮୧ଟି ଘର ଭାଙ୍ଗିବା ପାଇଁ ୪ଟିମ୍ ଗଠନ କରିଛନ୍ତି ।ଏହି ଅଞ୍ଚଳ ଦେଇ ଯାଇଥିବା ୨୦୦ ଫୁଟିଆ ମୁଖ୍ୟ ରାସ୍ତା ନିର୍ମାଣରେ ଏହି ଘରଗୁଡ଼ିକ ପ୍ରତିବନ୍ଧକ ସାଜିଥିଲେ ।

ପୂର୍ବରୁ ଏହି ପ୍ରକଳ୍ପ ପାଇଁ ବିଭିନ୍ନ ପର୍ଯ୍ୟାୟରେ, ପ୍ରାୟ ୬୦୦ରୁ ଅଧିକ ଘର ଉଚ୍ଛେଦ କରାଯାଇ ସାରିଛି ।

Related Articles

Back to top button