
ଭୁବନେଶ୍ୱର;୦୨/୦୫/୨୦୨୬: ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ପାସ ହାର ୯୫.୩୩ ପ୍ରତିଶତ ରହିଛି। ଗଜପତି ଜିଲ୍ଲାରେ ପାସ ହାର ସର୍ବାଧିକ ରହିଛି। କେନ୍ଦୁଝର ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ। ମାଟ୍ରିକ ରେଜଲଟ ପୁସ୍ତିକାକୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୋର୍ଡ କାର୍ଯ୍ୟାଳୟରେ ଉନ୍ମୋଚନ କରିଛନ୍ତି ।
A1ରେ ୨୪୬୫ ଜଣ ପାସ କରିଛନ୍ତି । A2ରେ ୧୫ ହଜାର ୬୮୧ ଛାତ୍ରଛାତ୍ରୀ ପାସ କରିଛନ୍ତି। B1ରେ ପାସ କରିଛନ୍ତି ୪୩ ହଜାର ୫୬୫। B2ରେ ୮୬ ହଜାର ୧୦୩ ଛାତ୍ରଛାତ୍ରୀ ପାସ କରିଛନ୍ତି । C ଗ୍ରେଡରେ ପାସ କରିଛନ୍ତି ଏକ ଲକ୍ଷ ୨୯ ହଜାର
ପରୀକ୍ଷାର୍ଥୀମାନେ ବୋର୍ଡର ୱେବସାଇଟ www.bseodisha.ac.in ଓ www.bseodisha.nic.in ରେ ପରୀକ୍ଷା ଫଳ ଦେଖିପାରିବେ । ଇଣ୍ଟରନେଟ୍ ସୁବିଧା ନଥିଲେ ମଧ୍ୟ ମୋବାଇଲ୍ ମେସେଜ୍ ମାଧ୍ୟମରେ ରେଜଲ୍ଟ ଜାଣିହେବ । ଏଥିପାଇଁ ମୋବାଇଲରେ OR 10
ଲେଖି ନିଜର ରୋଲ ନମ୍ବର ଲେଖି 5676750 କୁ ପଠାଇଲେ ପାଇପାରିବେ ରେଜଲ୍ଟ ।।
ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଯାଏ ଚାଲିଥିଲା । ରାଜ୍ୟର ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ୩୦୮୨ ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଥିଲେ । ଏଥର ପ୍ରଥମକରି ମାଟ୍ରିକ ସାର୍ଟିଫିକେଟ ଓଡ଼ିଆରେ ମିଳିବ । ଉଭୟ ଓଡ଼ିଆ ଓ ଇଂରାଜୀରେ ମିଳିବ ମାଟ୍ରିକ ସାର୍ଟିଫିକେଟ।




