
ଭୁବନେଶ୍ୱର,ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଗୁଡ଼ୁଗୁଡ଼ିଆ ଗ୍ରାମରେ ଘର ଭିତରେ ପଶିଗଲା କାର।
କାରଟି ସାମ୍ନାରେ ଥିବା ଏକ ଘରେ ପଶିଯାଇଥିଲା।
କାର ଚଳାକ ଓ ଘରେ ଥିବା ୨ ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି।
ସେପଟେ ବାଇକ ଚାଳକ ଜଣଙ୍କ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ସ୍ଥାନୀୟ ଲୋକମାନେ କାରକୁ ଘର ଭିତରୁ ଉଦ୍ଧାର କରିଛନ୍ତି।
ଉଦଳା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ଜେନା କାରରେ, ଆସୁଥିବା ବେଳେ ଜଣେ ବାଇକ ଆରୋହୀ ସାମ୍ନାକୁ ଆସିଯାଇଥିଲେ।
ଫଳରେ ପ୍ରିୟ ରଞ୍ଜନ, ଭାରସାମ୍ୟ ହରାଇ ବସିଥିଲେ।




