ଅନ୍ୟାନ୍ୟରାଜନୀତି

ମଣିପୁରର ଇମ୍ଫାଲରେ ବିକ୍ଷୋଭ ଶୋଭାଯାତ୍ରା

ଭୁବନେଶ୍ୱର,ନିକଟରେ ବିଷ୍ଣୁପୁର ଜିଲାରେ ହୋଇଥିବା ବୋମା ବିସ୍ଫୋରଣରେ, ଦୁଇଜଣ ଶିଶୁଙ୍କ ମୃତ୍ୟୁ ଘଟଣାରେ,ନ୍ୟାୟ ଦାବି କରି ମଣିପୁର ଅଖଣ୍ଡତା ଓ ସମନ୍ବୟ କମିଟି ପକ୍ଷରୁ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଶୋଭାଯାତ୍ରା ମୁଖ୍ୟମନ୍ତ୍ରୀ ୱାଇ ଖେମଚାନ୍ଦ ସିଂହଙ୍କ ବାସଭବନ ଅଭିମୁଖେ ଯାଉଥିବାବେଳେ ପୁଲିସ ସେମାନଙ୍କୁ ବାରିକେଡ୍ ଲଗାଇ ଅଟକାଇବାକୁ ଚେଷ୍ଟା କରିଥିଲା।ଫଳରେ ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ଉତ୍ତେଜନା ସତ୍ତ୍ବେ ଆନ୍ଦୋଳନକାରୀଙ୍କ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ଦାବିପତ୍ର ପ୍ରଦାନ କରିଥିଲେ। ମଣିପୁରରେ ୨୦୨୩ ମେ’ ମାସରୁ ଜାରି ରହିଥିବା ଜାତିଗତ ହିଂସା କାରଣରୁ ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ପ୍ରାଣ ହରାଇଥିବା ବେଳେ, ହଜାର ହଜାର ଲୋକ ବେଘର ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଇମ୍ଫାଲର ପ୍ରମୁଖ ସ୍ଥାନମାନଙ୍କରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ମଣିପୁରର ଇମ୍ଫାଲରେ ଶନିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଶୋଭାଯାତ୍ରା କରୁଥିବା ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ, ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

Related Articles

Back to top button