ଅନ୍ୟାନ୍ୟରାଜନୀତି

ଆମ ଆଦମୀ ପାର୍ଟିରୁ ଇସ୍ତଫା ଦେଲେ ରାଘବ ଚଢା

ଭୁବନେଶ୍ୱର,ରାଘବ ଚଢା ଗତକାଲି ଆମ ଆଦମୀ ପାର୍ଟିରୁ, ଇସ୍ତଫା ଦେଇଥିଲେ। ତାଙ୍କ ସହିତ ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ବିକ୍ରମ ସାହାନି, ସ୍ୱାତୀ ମାଲିୱାଲ, ରାଜେନ୍ଦ୍ର ଗୁପ୍ତା ଏବଂ ହରଭଜନ ସିଂହ ମଧ୍ୟ ଇସ୍ତଫା ଦେଇଥିଲେ। କେବଳ ରାଘବ, ସନ୍ଦୀପ ଏବଂ ଅଶୋକ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗଦେବା ପୂର୍ବରୁ ରାଘବ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଯେଉଁଥିରେ ସେ ଆମ ଆଦମୀ ପାର୍ଟି ବିରୁଦ୍ଧରେ, ଅଭିଯୋଗ ଆଣିଥିଲେ। ସ୍ୱାତୀ ମାଲିୱାଲ ମଧ୍ୟ ଏକ ଲିଖିତ ପୋଷ୍ଟ ମାଧ୍ୟମରେ ତାଙ୍କ ଇସ୍ତଫାକୁ ନିଶ୍ଚିତ କରିଛନ୍ତି। ରାଘବ ଚଢାଙ୍କ ସମେତ ସମସ୍ତ ସାଂସଦ ରାଜ୍ୟସଭାରେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିଛନ୍ତି। ଆମ ଆଦମୀ ପାର୍ଟିରୁ ଇସ୍ତଫା ଦେଇ ବିଜେପିରେ, ଯୋଗଦେବା ନିଷ୍ପତ୍ତି ପରେ, ତାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗତ ଦୁଇ ଦିନ ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକ ଇନଷ୍ଟାଗ୍ରାମରେ, ତାଙ୍କୁ ଅନଫଲୋ କରିଛନ୍ତି। ଏପ୍ରିଲ ୨୩ ତାରିଖରେ ରାଘବଙ୍କର ଇନଷ୍ଟାଗ୍ରାମରେ ୧୪.୬ ନିୟୁତ ଫଲୋଅର୍ସ ଥିଲେ। ଏପ୍ରିଲ ୨୪ ତାରିଖରେ ଆମ ଆଦମୀ ପାର୍ଟି ଛାଡିବା ପରଠାରୁ ୧.୧ ନିୟୁତରୁ ଅଧିକ ଲୋକ ତାଙ୍କୁ ପ୍ଲାଟଫର୍ମରେ ଅନଫଲୋ କରିଛନ୍ତି।

Related Articles

Back to top button