Uncategorized

ପଶ୍ଚିମବଙ୍ଗ ଓ ତାମିଲନାଡୁ ବିଧାନସଭା ନିର୍ବାଚନ: ଜାରି ରହିଛି ମତଦାନ, ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଜାରି ରହିଛି। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଥିବା ବେଳେ ତାମିଲନାଡୁର ସମସ୍ତ ୨୩୪ଟି ଆସନରେ ମତଦାନ ହେଉଛି। ଶାନ୍ତିଶୃଙ୍ଖଳାର ସହ ଭୋଟ୍ ପରିଚାଳନା ପାଇଁ ଉଭୟ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ରାଜ୍ୟର ମତଦାତାଙ୍କୁ ଆହ୍ୱାନ କରିଛନ୍ତି। ବିଶେଷକରି ଯୁବ ଓ ନୂତନ ଭୋଟରଙ୍କୁ ବହୁସଂଖ୍ୟାରେ ମତଦାନ କରିବାକୁ ସେ ଅନୁରୋଧ କରିଛନ୍ତି। ସକାଳୁ ସକାଳୁ ମତଦାନ କେନ୍ଦ୍ରଗୁଡ଼ିକରେ ଭୋଟରଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ମୋଟ ୨୯୪ଟି ବିଧାନସଭା ଆସନ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୧୫୨ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯାଉଛି। ପ୍ରାୟ ୩.୬ କୋଟି ଭୋଟର ଆଜି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏଥିମଧ୍ୟରେ ୧.୮୫ କୋଟି ପୁରୁଷ, ୧.୭୬ କୋଟି ମହିଳା ଏବଂ ତୃତୀୟ ଲିଙ୍ଗୀ ଭୋଟର ସାମିଲ ଅଛନ୍ତି।

Related Articles

Back to top button