ଅନ୍ତର୍ଜାତୀୟଇରାନ-ଇସ୍ରାଏଲ ଯୁଦ୍ଧଜାତୀୟବିଜ୍ଞାନ ଓ ପ୍ରଯୁକ୍ତିଯୁଦ୍ଧ

ସମୁଦ୍ର ତଳେ ଇଣ୍ଟରନେଟ୍ କେବୁଲ ଉପରେ ଆକ୍ରମଣ ସମ୍ଭାବନା !

 ମୋବାଇଲ ନ୍ୟୁଜ୍ 24×7 ବ୍ୟୁରୋ,  ଥମିବାର ନାଁ ଧରୁନାହିଁ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନା । ପରିସ୍ଥିତି ଏବେ ଏପରି ହୋଇଛି ଯେ, ଡିଜିଟାଲ୍ ଆକ୍ରମଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ସମୁଦ୍ର ତଳେ ବିଛା ଯାଇଥିବା ଇଣ୍ଟରନେଟ କେବୁଲ ଉପରେ ଏବେ ଆକ୍ରମଣ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି । ଯଦି ଏପରି ପରିସ୍ଥିତି ଆସେ ତେବେ ସାରା ବିଶ୍ୱର ଇଣ୍ଟରନେଟ୍ ଉପରେ ପ୍ରଭାବ ପଡିବ । କାରଣ ହର୍ମୁଜ ଆଖପାଖରେ ଯାଇଥିବା କେବୁଲ ଦ୍ୱାରା ସାରା ବିଶ୍ୱର ଇଣ୍ଟରନେଟ୍ ଚାଲୁଛି।

ରେଡ ସି ଓ ହର୍ମୁଜ ଆଖପାଖରେ ୧୨ରୁ ଅଧିକ ସବମେରିନ କେବୁଲ ରହିଛି । କେବଳ ରେଡ ସି ଦେଇ ୧୫ରୁ ୨୦ଟି କେବୁଲ ଯାଇଛି । ଏହି ସବୁ କେବୁଲ ମିସି ଏସିୟା, ୟୁରୋପ ଓ ଆଫ୍ରିକା ଡାଟା ଟ୍ରାଫିକର ଏକ ବଡ଼ ଅଂଶକୁ ମ୍ୟାନେଜ କରନ୍ତି । ବିଶ୍ୱର ୯୫%ରୁ ଅଧିକ ଇଣ୍ଟରନେଟ୍ ଡାଟା ଏହି ଅଣ୍ଡର ସି କେବୁଲ ଯୋଗୁ ଚାଲୁଛି । ଏଥିରେ ଯଦି ଏବେ ଗୋଟିଏ କି ଦୁଇଟି କେବୁଲ କଟି ଯାଏ ଏହାର ସୀମିତ ପ୍ରଭାବ ପଡିପାରେ । କିନ୍ତୁ ଯଦି ଏକ ସାଙ୍ଗରେ ଅନେକ କେବୁଲ କ୍ଷତିଗ୍ରସ୍ତ ହୁଏ ତେବେ ଇଣ୍ଟରନେଟ୍ ବେଗ କମି ଯାଇପାରେ । ୱେବସାଇଟ୍ ଡାଉନ ଓ ବ୍ୟାଙ୍କିଙ୍ଗ, କ୍ଲାଉଡ ଏବଂ ଡିଜିଟାଲ ସର୍ଭିସେସ୍, ଅନଲାଇନ ପେମେଣ୍ଟ ସିଷ୍ଟମ, ଭିଡିଓ ଷ୍ଟ୍ରିମିଂ ଓ ଇଣ୍ଟରନ୍ୟାସନାଲ କଲିଂ ଉପରେ ଏହାର ପ୍ରଭାବ ପଡିପାରେ ।

କିନ୍ତୁ, ଇରାନ ଇଣ୍ଟରନେଟ୍ କେବୁଲ ଉପରେ ଆକ୍ରମଣ କରିବା ପୂର୍ବରୁ ଶହେ ଥର ଭାବିବ ନିଶ୍ଚୟ । କାରଣ ଯଦି କେବୁଲ କ୍ଷତିଗ୍ରସ୍ତ ହୁଏ  ନିଜେ ଇରାନ ମଧ୍ୟ ତାହାର କୁପରିଣାମ ଭୋଗିବ । ନିଜେ ମଧ୍ୟ ଇଣ୍ଟରନେଟ୍ ଠାରୁ ଦୂରେଇ ରହିବ । ତେଣୁ ନିଜେ ସିଧାସଳଖ ପ୍ରଭାବିତ ହେବା ନିଶ୍ଚିତ ଥିବାରୁ ବିଶ୍ୱ ପାଇଁ ଏହା ଏକ ଆଶ୍ୱସ୍ତିକର ଖବର । କିନ୍ତୁ ଯୁଦ୍ଧ ମଝିରେ କୌଣସି ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।

Related Articles

Back to top button