Uncategorized
ଏଣିକି ଭୁବନେଶ୍ଵରରୁ ଶିରିଡ଼ି, ତିରୁପତିକୁ ଉଡ଼ିବ ବିମାନ


ଭୁବନେଶ୍ୱର: ରାଜ୍ୟର ବିମାନ ଯୋଗାଯୋଗ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ପୁଣିଥରେ ନୂଆ ରୁଟ୍ରେ ବିମାନ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ତିରୁପତି, ଶିରିଡ଼ି, ସୁରତ ଏବଂ ଭୋପାଳ ଭଳି ୪ଟି ଗୁରୁତ୍ୱପୂର୍ଣ୍ଣ ସହରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ବିଶେଷ କରି ଶ୍ରଦ୍ଧାଳୁ ଓ ପ୍ରବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନୂଆ ରୁଟ୍ ଚୟନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ ସବ୍ସିଡି ଜନିତ ସମସ୍ୟା କାରଣରୁ ଭୁବନେଶ୍ୱରରୁ ୧୧ଟି ରୁଟ୍ରେ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା । ଏବେ ପୁଣି ଥରେ ଉଡ଼ାଣ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଥିଲେ ମଧ୍ୟ ଏହାର ସଠିକ୍ ସମୟସୀମା ନେଇ ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।




