ଅନ୍ୟାନ୍ୟସ୍ୱାସ୍ଥ୍ୟ

୧୫ ମିନିଟ୍ ଚାଲିବା ଦ୍ୱାରା ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣରେ ରହେ

ଭୁବନେଶ୍ୱର ,ୱାକିଂ ବା ଚାଲିବା ଏକ ସହଜ, ଶସ୍ତା ଏବଂ ଅତ୍ୟନ୍ତ ପ୍ରଭାବଶାଳୀ ମାଧ୍ୟମ ଭାବରେ ଉଭା ହୋଇଛି। ବିଶେଷ କଥା ହେଉଛି, ଏହା କେବଳ ଓଜନ ହ୍ରାସ କରିବାରେ ସୀମିତ ନୁହେଁ, ବରଂ ବ୍ଲଡ ସୁଗାର ନିୟନ୍ତ୍ରଣ କରିବା, ହୃଦୟକୁ ସୁସ୍ଥ ରଖିବା ଏବଂ ମାନସିକ ଚାପ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଆପଣ କେତେ ସମୟ ଚାଲୁଛନ୍ତି ତାହାର ସିଧାସଳଖ ପ୍ରଭାବ ଶରୀରକୁ ମିଳୁଥିବା ଫାଇଦା ଉପରେ ପଡ଼ିଥାଏ।ପୁଷ୍ଟିସାର ବିଶେଷଜ୍ଞ ମାନଙ୍କ ଅନୁସାରେ, ଅଳ୍ପ ସମୟର ଚାଲିବା ମଧ୍ୟ ଶରୀର ଏବଂ ମସ୍ତିଷ୍କରେ ବଡ଼ ପରିବର୍ତ୍ତନ ଆଣିପାରେ।“୫ ମିନିଟ୍ ଚାଲିବା ଦ୍ୱାରା ଆପଣଙ୍କ ମନ ଭଲ ହେବାକୁ ଲାଗେ ଏବଂ ଆପଣ ପୂର୍ବ ଅପେକ୍ଷା ହାଲୁକା ଅନୁଭବ କରନ୍ତି। ସେହିପରି ୧୦ ମିନିଟ ଚାଲିବା ଦ୍ୱାରା ଷ୍ଟ୍ରେସ ହରମୋନ , କମିଯାଏ, ଯାହା ଫଳରେ ମାନସିକ ଚାପ ହ୍ରାସ ପାଏ ଏବଂ ମନ ଶାନ୍ତ ହୁଏ।ଯଦି ଆପଣଙ୍କର ଲକ୍ଷ୍ୟ ଓଜନ ହ୍ରାସ କରିବା, ତେବେ ୩୦ ମିନିଟ ଚାଲିବା ଅତ୍ୟନ୍ତ ଜରୁରୀ। ଏହା ହେଉଛି ସେହି ସମୟ ଯେତେବେଳେ ଶରୀର ଫ୍ୟାଟ୍ ବର୍ଣ୍ଣ ବା ଚର୍ବି ଦହନ କରିବା ଆରମ୍ଭ କରେ, ଯାହା ଦ୍ୱାରା ଧୀରେ ଧୀରେ ଓଜନ କମିବାକୁ ଲାଗେ….୧ ଘଣ୍ଟାର ଚାଲିବା ଆପଣଙ୍କ ମସ୍ତିଷ୍କରେ ‘ଡୋପାମାଇନ୍’ ପରି ଫିଲ-ଗୁଡ ହରମୋନ୍‌କୁ ବଢ଼ାଇଥାଏ। ଏହାଦ୍ୱାରା ଆପଣ ଖୁସି, ପ୍ରେରିତ ଏବଂ ସକାରାତ୍ମକ ଅନୁଭବ କରନ୍ତି।

Related Articles

Back to top button