ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଆଦ୍ୟପର୍ବ।

ଭୁବନେଶ୍ୱର, ଅକ୍ଷୟ ତୃତୀୟା ତିଥିରେ ଶାସ୍ତ୍ରୀୟ ବିଧି ଅନୁଯାୟୀ, ରଥ ନିର୍ମାଣ ଅନୁକୂଳ କରାଯାଇଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ପ୍ରଦାନ ପରେ,ତିନିଟି ସୁନା କୁରାଢ଼ିରେ ଉଦ୍ଦିଷ୍ଟ କାଠକୁ ଛେଦନ କରି ରଥ ନିର୍ମାଣ ଅନୁକୂଳ କରିଛନ୍ତି,ଦେଉଳ ପୁରୋହିତ।ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ମଧ୍ୟାହ୍ନ ଧୂପ ଓ ନକ୍ଷତ୍ର ବନ୍ଦାପନା ପରେ, ଚନ୍ଦନ ଠାକୁର ବିମାନକୁ ବିଜେ କରିଥିଲେ। ଏହାପରେ ଦାରୁବ୍ରହ୍ମ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ଆଜ୍ଞାମାଳ ସହ ତିନି ପୂଜାପଣ୍ଡା ସାମନ୍ତ ଶୋଭାଯାତ୍ରାରେ, ରଥ ଖଳାକୁ ଯାଇଥିଲେ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢୀ, ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଜୁଲାଇ ୧୬ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା, ଅନୁଷ୍ଠିତ ହେବ। ପୂଜାପଣ୍ଡା ସେବକ ଧଉରା କାଠରେ, ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି କରିଥିଲେ। ପଞ୍ଚ ମହାଦେବଙ୍କ ସହ, ରାମକୃଷ୍ଣ, ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ସେଠାରେ ପହଞ୍ଚିଥିଲେ। ତିନିଟି ସୁନା କୁରାଢ଼ିରେ ଦେଉଳ ପୁରୋହିତ, ରଥ ନିର୍ମାଣ ପାଇଁ ଉଦ୍ଦିଷ୍ଟ କାଠରେ ଛେଦନ କରିଥିଲେ। ରଥ ନିର୍ମାଣ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଥିଲା।

Related Articles

Back to top button