
ଭୁବନେଶ୍ୱର,କଟକରେ ଏବେ ଚର୍ଚ୍ଚା ହେଉଛି କି ପୁଣି ସିଧାସଳଖ ରାଜନୀତିକୁ ଫେରିବେ କି ପ୍ରଭାତ ….
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବରିଷ୍ଠ ନେତା, ତଥା କଟକ-ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ। କଟକ ଓଏମପି ଛକରେ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଭାତ।
ପ୍ରଭାତଙ୍କ ପୁଅ ସୌଭିକ ବିଶ୍ବାଳ ଏବେ,ଚୌଦ୍ବାର-କଟକରୁ ବିଧାୟକ ଅଛନ୍ତି।
ରାଜ୍ୟସଭା ନିର୍ବାଚନରେ ବିଜେଡି ବିପକ୍ଷରେ କ୍ରସ୍ ଭୋଟିଂ କରିଥିଲେ, ସୌଭିକ।
ଏସବୁ ଭିତରେ ବିଜେପି ଆଡ଼କୁ, ପ୍ରଭାତ ଢଳୁଥିବା ଚର୍ଚ୍ଚା ଜୋର ଧରିଛି।
ଗତକାଲି ହିଁ ଖଇରିଆ ପୋଷାକକୁ ଛାଡ଼ିଥିଲେ, ଆଜି ପ୍ରଭାତଙ୍କୁ ଖଇରିଆ ନୁହେଁ ଧଳା କପଡ଼ାରେ ଦେଖିବାକୁ ମିଳିଛି।
ତେଣୁ ବଦଳୁଥିବା କପଡ଼ା, ବଦଳିଥିବା ଅନ୍ଦାଜ୍ କୁ ନେଇ ଏବେ ଜୋରଦାର ଚର୍ଚ୍ଚା।




