Uncategorized

ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ: ଆଜି ଖାତାକୁ ଆସିବ ସିଏମ୍ କିଷାନ ଟଙ୍କା

ଭୁବନେଶ୍ବର: ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭ ଅଖିମୁଠି ଅନୁକୂଳ କରିଛନ୍ତି। କଟକ ବିଦ୍ୟାଧରପୁରସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (NRRI) ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିବା ସହ ଚାଷର ଅନୁକୂଳ କରିଥିଲେ। ଏହି ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଖରିଫ-୨୦୨୬ ପାଇଁ ‘ସିଏମ-କିଷାନ’ ଯୋଜନା ଅନ୍ତର୍ଗତ ସହାୟତା ରାଶି ଆଜି ଚାଷୀଙ୍କୁ ପ୍ରଦାନ କରାଯିବ। ପ୍ରାୟ ୪୧ ଲକ୍ଷ ଚାଷୀ ଉପକୃତ ହେବେ। ଏଥିପାଇଁ ୮୩୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ କୃଷି ପରିବାରକୁ ଆର୍ଥିକ ସୁରକ୍ଷା ପ୍ରଦାନ କରି ସଶକ୍ତ କରିବା।

Related Articles

Back to top button