ଅନ୍ୟାନ୍ୟଅପରାଧ

କଲକତା ପୁଲିସ୍‌ ଡେପୁଟି କମିଶନର ଙ୍କ ବାସଭବନରେ ଚଢାଉ କରିଛି ଇଡି।

ଭୁବନେଶ୍ୱର ,ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲକତା ପୁଲିସ୍‌ ଡେପୁଟି କମିଶନର ଶାନ୍ତନୁ ସିହ୍ନା ବିଶ୍ୱାସଙ୍କ ବାସଭବନରେ, ଚଢାଉ କରିଛି। ଇଡି ଆଜି ସକାଳ ପ୍ରାୟ ୭ଟା ସମୟରେ ବାଲିଗଞ୍ଜର ଫର୍ଣ୍ଣ ରୋଡରେ ଥିବା ତାଙ୍କ ଘରେ, ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ମିଳିଥିବା ରିପୋର୍ଟ ଅନୁଯାୟୀ ଡିସିପି ବିଶ୍ୱାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ, ଆସୁଥିବା କାଲିଘାଟ ପୋଲିସ ଷ୍ଟେସନର ଷ୍ଟେସନ ହାଉସ ଅଫିସର ଭାବରେ କାର୍ଯ୍ୟ କରୁଥିଲେ। କିଛି ଦିନ ପୂର୍ବେ, ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ପୂର୍ବତନ ରାଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ବାସଭବନରେ ଚଢାଉ କରିଥିଲା। ଏହା ବ୍ୟତୀତ, ଆୟକର ବିଭାଗ ନିକଟରେ, ବହିରା ବିଧାୟକ ଏବଂ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଦେବାଶିଷ କୁମାରଙ୍କ ବାସଭବନରେ ଚଢାଉ କରିଥିଲା।ଆଜି ଇଡି ଟିମ୍ କଲକତାର, ବାଲିଗଞ୍ଜ ଅଞ୍ଚଳରେ ଥିବା ବିଶ୍ୱାସଙ୍କ ବାସଭବନ ଏବଂ ବେହାଲାରେ ଥିବା ଜୟ କାମଦାରଙ୍କ ଘରେ ତଲାସ କରୁଛି। ସୋନା ପପ୍ପୁ ଏବଂ ଜୟ କାମଦାରଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ଚଢାଉ କରାଯାଉଥିବା ଜଣାପଡିଛି।

Related Articles

Back to top button