ଅନ୍ତର୍ଜାତୀୟରାଜନୀତି

ଚୀନକୁ କାହିଁକି ଟାର୍ଗେଟ କଲା ଆମେରିକା

ଭୁବନେଶ୍ୱର ,ଆମେରିକାର ଅର୍ଥମନ୍ତ୍ରୀ ସ୍କଟ ବେସେଣ୍ଟ ଏକ ବଡ଼ ଧମକ ଦେଇ କହିଛନ୍ତି ଯେ, ଆମେରିକା ଏଣିକି ଚୀନକୁ ଇରାନରୁ ତେଲ କିଣିବାକୁ ଦେବ ନାହିଁ । ହୋର୍ମୁଜ ପ୍ରଣାଳୀ  ଦେଇ ଚୀନର, କୌଣସି ଜାହାଜ ଯେପରି ଇରାନର ତେଲ ନେଇ ନଯାଇପାରିବ, ସେଥିପାଇଁ କଡ଼ା ନାକାବନ୍ଦୀ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତେଲ ଯୋଗାଣ ଏହି ହୋର୍ମୁଜ ପ୍ରଣାଳୀ ଦେଇ ହୋଇଥାଏ । ଆମେରିକା ଏହି ପଥକୁ ନିଜ ନିୟନ୍ତ୍ରଣକୁ ନେଇ ଚୀନକୁ, ଆର୍ଥିକ ଓ ରଣନୈତିକ ସ୍ତରରେ, ଦୁର୍ବଳ କରିବାକୁ ଯୋଜନା କରୁଛି । ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକାର ଏହି ନିଷ୍ପତ୍ତି ବିଶ୍ୱ ବଜାରରେ ତେଲ ଦରକୁ ଆହୁରି ବଢ଼ାଇ ଦେଇପାରେ । ଯଦିଓ ଚୀନକୁ ଅଟକାଇବା ଆମେରିକାର ମୂଳ ଲକ୍ଷ୍ୟ, କିନ୍ତୁ ଏହାର ପ୍ରଭାବ ସାରା ବିଶ୍ୱର, ସପ୍ଲାଇ ଚେନ୍ ଉପରେ ପଡ଼ିବାର ସମ୍ଭାବନା ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଗାମୀ ଚୀନ୍ ଗସ୍ତ ପୂର୍ବରୁ ବେସେଣ୍ଟଙ୍କ ଏହି କଡ଼ା ଆଭିମୁଖ୍ୟ ବେଜିଂ ପାଇଁ ଏକ ବଡ଼ ଚେତାବନୀ ବୋଲି ବିବେଚନା କରାଯାଉଛି ।ବେସେଣ୍ଟଙ୍କ କହିବା ଅନୁଯାୟୀ, ଚୀନ ଏକ ଅବିଶ୍ୱାସନୀୟ ବିଶ୍ୱ ସହଭାଗୀ । ସେ ଅଭିଯୋଗ କରିଛନ୍ତି ଯେ, ବିଶ୍ୱରେ ତେଲ ସଙ୍କଟ ସମୟରେ, ସାହାଯ୍ୟ କରିବା ପରିବର୍ତ୍ତେ ଚୀନ ନିଜର ବଡ଼ ବଡ଼ ତେଲ ଭଣ୍ଡାର ପୂର୍ଣ୍ଣ କରିବାରେ ବ୍ୟସ୍ତ ଅଛି । କୋଭିଡ ସମୟରେ ଯେପରି ଚୀନ ମେଡିକାଲ ସରଞ୍ଜାମ, ମହଜୁଦ କରି ରଖିଥିଲା, ଏବେ ଠିକ ସେହିଭଳି ତେଲ ଏବଂ ଦୁର୍ଲଭ ଖଣିଜ ପଦାର୍ଥକୁ ନେଇ ସମାନ କାମ କରୁଛି ।

Related Articles

Back to top button