ଭୁବନେଶ୍ୱର,ଲୋକସଭାରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନବିଲ୍, ୨୦୨୬ ଉପରେ ଆଲୋଚନା ଆରମ୍ଭ କରି କଂଗ୍ରେସ ସଦସ୍ୟ ମାନିକମ୍ ଟାଗୋର କହିଛନ୍ତି ଯେ କଂଗ୍ରେସ ଏହି ଆଇନକୁ ପୂର୍ଣ୍ଣ ସମର୍ଥନ କରୁଥିବା ବେଳେ, ଏହା ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ମାନ୍ୟତା ଦାବି କରୁଛି। ସେ କହିଥିଲେ, “ଅମରାବତୀକୁ ବେଙ୍ଗାଲୁରୁ, ଚେନ୍ନାଇ କିମ୍ବା ହାଇଦ୍ରାବାଦ ପରି ବିକଶିତ ହେଉ। ବିଶାଖାପାଟଣା, ତିରୁପତି ଏବଂ କୁର୍ଣ୍ଣୁଲ ମଧ୍ୟ ବିକଶିତ ହେଉ। ଆମେ ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ଭାବରେ ଅମରାବତୀକୁ ସମର୍ଥନ କରୁ।”ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ଭାବେ, ଅମରାବତୀ ଘୋଷିତ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ବିଭାଜନ ହେବାରେ ୧୨ ବର୍ଷ ପରେ ଅମରାବତୀ ଆନୁଷ୍ଠାନିକ ଭାବେ, ମାନ୍ୟତା ପାଇଛି। ପୂର୍ବରୁ ୨୦୧୪ ମସିହା ଆଇନ୍ ରେ ରାଜଧାନୀ ନାମ ସ୍ପଷ୍ଟ ନଥିଲା। ବର୍ତ୍ତମାନ୍ ର ସଂଶୋଧନ ପରେ, ଅମରାବତୀ ଆନ୍ଧ୍ରର ଏକମାତ୍ର ଏବଂ ସ୍ଥାୟୀ ରାଜଧାନୀ ହୋଇଛି। ନୂଆ ନିୟମ ୨୦୨୪ ଜୁନ୍ ୨ରୁ କାର୍ଯ୍ୟକାରୀ, ହୋଇଛି ବୋଲି ଧରାଯିବ। ଅମରାବତୀ ରାଜ୍ୟର ଏକମାତ୍ର ଏବଂ ସ୍ଥାୟୀ ରାଜଧାନୀ ହେବ।
Check Also
Close
-
୪ ଜଣଙ୍କ ବିରୋଧରେ ଆକ୍ସନNovember 23, 2023




