Uncategorized

SIR କର୍ଯ୍ୟରେ ଅବହେଳା : ବିଏଲଓ ରାମାନୁଜ ଦାସ ନିଲମ୍ବିତ

ଭୁବନେଶ୍ବର: ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର (SIR) ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ଏସଆଇଆର କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ ଗଜପତି ଜିଲ୍ଲାର ଜଣେ ବିଏଲଓ ହୋଇଛନ୍ତି । ବିଏଲଓ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକ ରାମାନୁଜ ଦାସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ଜଣେ ସହକାରୀ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି । ଗଜପତି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ପାରଳାଖେମୁଣ୍ଡି ବିଧାନସଭା ମଣ୍ଡଳୀ – ୧୩୭ କାଶିନଗର ବ୍ଲକ ପୋଲିଂ ଷ୍ଟେସନ ସଂଖ୍ୟା ୧୧୦ – ସିଦ୍ଧାମଡଙ୍ଗ ଅଧିନ ବୁଥ ସ୍ତରୀୟ ଅଧିକାରୀ ରାମାନୁଜ ଦାସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ରାମାନୁଜ ଦାସଙ୍କୁ ପାରଳାଖେମୁଣ୍ଡି ବିଧାନସଭା ମଣ୍ଡଳୀ ନଂ ୧୩୭ର ବୁଥ୍ ନଂ ୧୧୦ ପାଇଁ ବୁଥ୍ ସ୍ତରୀୟ ଅଧିକାରୀ ବା ବିଏଲଓ ଭାବେ ନିଯୁକ୍ତ କରାଯାଇଥିଲା । ସେ ଏସଆଇଆର କାର୍ଯ୍ୟରେ ନିୟୋଜିତ ଥିଲେ । ଯାହା ଭୋଟର ତାଲିକାର ସଠିକତା ଓ ସତ୍ୟନିଷ୍ଠା ନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ।

Related Articles

Back to top button