ଓଡ଼ିଶାଶିକ୍ଷା

ଜନଗଣନା କ୍ୟାମ୍ପେନରେ ସାମିଲ ହେଲା OMFED

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ଜନଗଣନା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛି OMFED । ନୂଆ ପ୍ୟାକେଟରେ ଜନଗଣନା ସ୍ଲୋଗାନ ଲେଖି ଲୋକଙ୍କୁ ସଚେତନ କରିବା ପାଇଁ ଓମ୍ଫେଡ୍ ପ୍ରୟାସ ଆରମ୍ଭ କରିଛି ।  କମ୍ପାନୀ ତାର ପ୍ରିମିୟମ ଦୁଗ୍ଧ ପ୍ୟାକେଟର ପ୍ରିଣ୍ଟିଂରେ ପରିବର୍ତ୍ତନ ଆଣି “ଜନ ଗଣନାରୁ ଜନ କଲ୍ୟାଣ” କାର୍ଯ୍ୟକ୍ରମକୁ ଆଗେଇ ନେବା ଚେଷ୍ଟା କରିଛି । ସଚେତନତା ବୃଦ୍ଧି କରିବା ପାଇଁ ୪, ୦୦୦ OMFED ବୁଥରେ ପ୍ରଦର୍ଶନ ପାଇଁ ପୋଷ୍ଟର ମଧ୍ୟ ଉନ୍ମୋଚନ କରାଯାଇଛି ।

ଏହି ଉପଲକ୍ଷେ ନୂଆ ପ୍ୟାକରେ ବଜାରକୁ ଆସିଛି ଓମ୍ଫେଡ ପ୍ରିମିୟମ ମିଲ୍କ । ଯେଉଁଥିରେ ଲେଖାଯାଇଛି “ଆଜିର ଜନଗଣନା କାଲିର ବିକାଶ”। ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ, ଯୁଗ୍ମ ନିର୍ଦ୍ଦେଶକ ହେମନ୍ତ କୁମାର ସିଂହ, ସହକାରୀ ନିର୍ଦ୍ଦେଶକ ଲକ୍ଷ୍ମଣ ମୁଖୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button